ଢେଙ୍କାନାଳ : ୧୮ ଅଗଷ୍ଟ ବ୍ଲକ୍ ଘେରାଉ ନିମନ୍ତେ ଢେଙ୍କାନାଳ ଜିଲ୍ଲା କଂଗ୍ରେସ ର ସାମ୍ବାଦିକ ସମ୍ମିଳନୀ ତଥା ପ୍ରସ୍ତୁତି ବୈଠକ

ଢେଙ୍କାନାଳ,(ଶୁଭମ ପାଣି): ଅଦ୍ୟ ତା 16/08 ପୂର୍ବାହ୍ନ 11 ଘଟିକା ସମୟରେ ଜିଲ୍ଲା ସଭାପତି ଶ୍ରୀ ସରୋଜ କୁମାର ପଟ୍ଟନାୟକ ଙ୍କ ସଭାପତିତ୍ବ ରେ ଜିଲ୍ଲା କାର୍ଯ୍ୟାଳୟ ଗାନ୍ଧୀ ମନ୍ଦିର ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ପ୍ରଦେଶ କଂଗ୍ରେସ ଉପ ସଭାପତି ବିଶ୍ବରଂଜନ ଦାସ , ସାଧାରଣ ସମ୍ପାଦିକା ଅମିତା ବିଶ୍ଵାଳ ଓ ମଞ୍ଜୁଶ୍ରୀ କଳ୍ପନା ରାଉତ ରାଏ ଉପସ୍ଥିତ ରହି ବ୍ଲକ୍ ରେ ଚାଲିଥିବା ପିସି କାରବାର , ଅହେତୁକ ଦରଦାମ ବୃଦ୍ଧି, ବେ ରୋଜଗାରୀ,ବିଜୁଳି କାଟ ଓ ଟାଟା ପାୱାର ର ବିଦ୍ୟୁତ୍ ଉପଭୋକ୍ତା ଙ୍କୁ ସୋସୋଣ ଏମ୍ବ ନାରୀ ନିର୍ଯାତନା ବିଷୟରେ ଆଲୋକପାତ କରି ରାଜ୍ୟରେ ବିଜେଡି ତଥା କେନ୍ଦ୍ର ରେ ବିଜେପି ସରକାର ବିରୁଦ୍ଧରେ ବିସୋଦଗାର ଆରିଥିଲେ। ଏମ୍ଵ ଆଗାମୀ 18 ତାରିଖରେ ଓଡ଼ିଶାର ସମସ୍ତ ବ୍ଲକ୍ ରେ କଂଗ୍ରେସ ଘେରାଉ କରି Bdo ଙ୍କ ଜରିଆରେ ରାଜ୍ୟ ପାଳଙ୍କୁ ସ୍ମାରକ ପତ୍ର ଦିଆଯିବ। ଏମ୍ବ୍ ଉଭୟ ସରକାରଙ୍କ ବିଫଳ ତାକୁ ପଲ୍ଲୀ ଠାରୁ ପୁର ପର୍ଯ୍ୟନ୍ତ ସମସ୍ତଙ୍କ ଭୋଟ ର ଙ୍କ ନିକଟ ରେ ପହଞ୍ଚାଯିବ। ପରବର୍ତ୍ତୀ ସମୟରେ ଏକ ପ୍ରସୂତି ବୈଠକ କରାଯାଇ ଘେରାଉ କାର୍ଯ୍ୟକ୍ରମ ରେ କାର୍ଯ୍ୟକ୍ରମ କୁ ଜୋରଦାର କରାଯିବା ପାଇଁ ସମସ୍ତ କଂଗ୍ରେସ କର୍ମୀ ମାନଙ୍କୁ ଗୁରୁ ମନ୍ତ୍ର କରାଯାଇ ଥିଲା।ଏଥିରେ ଜିଲ୍ଲା କାର୍ଯ୍ୟକର୍ତ୍ତା, ବ୍ଲକ୍ କଂଗ୍ରେସ ସଭାପତି,ମହିଳା କଂଗ୍ରେସ ସଭାନେତ୍ରୀ , ଓ ଜିଲ୍ଲା ର ବରିଷ୍ଠ ନେତୃବୃନ୍ଦ ବସି ଆଗାମୀ ଦିନ ରେ ଏହି ଘେରାଉ କାର୍ଯ୍ୟକ୍ରମ କୁ ସଫଳ କରିବାପାଇଁ ସଂକଳ୍ପ ନେଇଥିଲେ ଶେଷରେ ଜିଲ୍ଲା କଂଗ୍ରେସ ଉପ ସଭାପତି ଶ୍ରୀ ରଞ୍ଜିତ ସାହୁ ଧନ୍ୟବାଦ୍ ଦେଇ ସଭା ସାଙ୍ଗ କରିଥିଲେ।