ଏସ୍ଆରକେ ପବ୍ଲିକ ସ୍କୁଲ, ଥେରୁବାଲି ପକ୍ଷରୁ 77 ତମ ସ୍ବାଧିନତା ଦିବସ ପାଳନ କରାଗଲା

ରାୟଗଡ,(ପ୍ରଫୁଲ୍ଲ କୁମାର ବେହେରା) : ରାୟଗଡ ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ଥେରୁବାଲି (ଡି.ପି.କ୍ଯାମ୍ପ) ଠାରେ ନୂତନ ଭାବେ ଗଢିଉଠିଥିବା ଏସ୍ଆରକେ ପବ୍ଲିକ ସ୍କୁଲ୍, ଇଂରାଜୀ ମାଧ୍ଯମ ବିଦ୍ଯାଳୟ ଅଧ୍ଯକ୍ଷ ଶ୍ରୀ ରାମଦାସ ଲିମାଙ୍କ ଆହ୍ବାନ କ୍ରମେ 77ତମ ସ୍ବାଧିନତା ଦିବସ ବିଦ୍ଯାଳୟ ପ୍ରାଙ୍ଗଣରେ ପାଳନ କରାଯାଇଛି | ଏହି ଅବସରରେ ଇମ୍ଫା କ୍ଯାମ୍ପସ ହାଇସ୍କୁଲର ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ଅଭିମନ୍ଯୁ ହୋତା ମୁଖ୍ଯ ଅତିଥି ଭାବେ ଯୋଗଦେଇ ସକାଳ ଘ 7.40 ମିଣ୍ଟ ସମୟରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ | ଥେରୁବାଲି ଅଂଚଳ ବାସୀନ୍ଧାଙ୍କ ଶିକ୍ଷାର ବିକାଶ ପାଇଁ ଏହି ବିଦ୍ଯାଳୟ ଖୋଲାଯାଇଥିବାରୁ ସମସ୍ତଙ୍କ ମନରେ ଖୁସିର ଲହରି ଖେଳିବା ସହ ଅଂଚଳବାସୀନ୍ଧା ବିଦ୍ଯାଳୟର ଉତ୍ତରତ୍ତୋର କାମନା କରିଛନ୍ତି ଏବଂ ପ୍ରତିଷ୍ଠାତା ଶ୍ରୀ ଲିମାଙ୍କୁ ସାଧୁବାଦ ଜଣାଇଛନ୍ତି | ଚଳିତ ବର୍ଷ ପ୍ଲେ ସ୍କୁଲ ରୁ ୟୁକେଜି ପର୍ଯ୍ଯନ୍ତ ଖୋଲାଯାଇଛି | ପରବର୍ତ୍ତି ବର୍ଷ ମାନଙ୍କରେ ଅନ୍ଯାନ୍ଯ କ୍ଲାସ ଖୋଲାଯିବା ସାଙ୍ଗକୁ ପିଲାଙ୍କ ଋଚି ଅନୁଯାୟୀ ଶିକ୍ଷାଦାନ କରାଯିବ ଏବଂ ବିଭିନ୍ନ ସମୟରେ ବିଭିନ୍ନ ପ୍ରତିଯୋଗିତା ମାନ କରାଯିବ ବୋଲି ଅଧ୍ଯକ୍ଷ ନିଜ ବକ୍ତବ୍ଯରେ କହିଥିଲେ | ସ୍ବାଧିନତା ଦିବସ ପାଳନ ଅବସରରେ ସ୍ଥାନୀୟ ବୁଦ୍ଦିଜୀବୀ, ନେତା ଓ ସମାଜସେବୀ ମାନଙ୍କ ମଧ୍ଯରେ ରଘୁନାଥ କାମ୍ବା, ଅଭି ଗାଣ୍ଟା, କେଶବ ଲିମା, ସୁଲଚନା, ରମେଶ ନାଇଡୁ, ନିର୍ମଳ ସାହୁକାର, ସାମ୍ବାଦିକ ଗୌରୀ ଶଙ୍କର ପଟ୍ଟନାୟକ, ପ୍ରଦୀପ କୁମାର ସାହୁ ପ୍ରମୁଖ ଯୋଗଦେଇଥିବା ବେଳେ ବିଦ୍ଯାଳୟର ଶିକ୍ଷୟିତ୍ରୀ ରସ୍ମୀତା ହିକକା , ଅନିତା ହିକକା ଏବଂ ଅନ୍ଯମାନେ ସହଯୋଗ କରିଥିଲେ |