ବୀରମହାରାଜପୁର -(ଶାନ୍ତନୁ କୁମାର କର୍ଣ୍ଣ) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ସ୍ଥିତ ସିଣ୍ଢେlଲ ଆଞ୍ଚଳିକ ମହାବିଦ୍ୟାଳୟ ସଭାଗୃହ ରେ ଯୁବ ଓ ଖେଳ ମନ୍ତ୍ରଣାଳୟ ଭାରତ ସରକାରଙ୍କ ନିର୍ଦେଶ କ୍ରମେ ନେହେରୁ ଯୁବା କେନ୍ଦ୍ର ସୋନପୁର ତତ୍ୱାବଧାନ ରେ ବୀର ସୁରେନ୍ଦ୍ର ସାଏ କ୍ଲବ ମାଟୁପାଲି ଆନୁକୂଲ୍ୟରେ “ଯୁବ ସମ୍ବାଦ ଭାରତ @2047” କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି l ପ୍ରାରମ୍ଭରେ ଦିଲ୍ଲୀପ କୁମାର ଦଳେଇ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ବୀର ସୁରେନ୍ଦ୍ର ସାଏ କ୍ଲବର ସମ୍ପାଦକ କାର୍ଯ୍ୟକ୍ରମରେ ଲକ୍ଷ ଓ଼ ଉଦ୍ଧେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ l ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଶିକ୍ଷାବିତ ଶିବ ଚରଣ ସାହୁ ଏବଂ ମହାବିଦ୍ୟାଳୟର ଅଧ୍ୟକ୍ଷ ପବିତ୍ର ବାରିକ ଉପସ୍ଥିତ ରହି ସ୍ୱାମୀ ବିବେକାନନ୍ଦଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିଥିଲେ l ଏହି ଅବସରରେ ବିକଶିତ ଭାରତର ଲକ୍ଷ,ଐତିହ୍ୟ ଓ ପରମ୍ପରା ଗୌରବ,ଏକତା ଓ ସଂହତି,କର୍ତବ୍ୟ ଓ ଚେତନାବୋଧ ଏକ ଉପରେ ଆଲୋଚନା ଚକ୍ର ହୋଇଥିଲା l ଏଥିରେ ନାରାୟଣ ବଗର୍ତ୍ତୀ, ସୁରତ ଗୁରୁ, କୁଳମଣି ସାହୁ, ପବିତ୍ର ବାରିକ ଓ ଧର୍ମନିରଂଜନ ପଣ୍ଡା ସାମିଲ ହୋଇ ନିଜର ବକ୍ତବ୍ୟ ରଖିଥିଲେ l ଶେଷରେ ନେହେରୁ ଯୁବା କେନ୍ଦ୍ରର ସ୍ବେଚ୍ଛାସେବୀ ଧବଳେଶ୍ୱର ଭୁକ୍ତା ଧନ୍ୟବାଦ ଅର୍ପଣ କରିଥିଲେ l