କିଶୋର ନଗର,(ବୁଲୁ ଦଳେଇ): ବୌଦ୍ଧ ବସଷ୍ଟାଣ୍ଡ ନିକଟରେ ଭିଜିଲାନ୍ସ ଜାଲରେ ପୁଣି ଜଣେ ପୋଲିସ୍ ଅଧିକାରୀ ଅନୁଗୁଳ ଜିଲ୍ଲା କିଆକଟା ଥାନା ASI ନବୀନ କୁମାର ଶତପଥୀ ଙ୍କୁ ଧରିଲା ବ୍ରହ୍ମପୁର ଭିଜିଲାନ୍ସ । ପାରିବାରିକ କେସକୁ ରଫା ଦଫା କରିବା ପାଇଁ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ । ଆଠମଲ୍ଲିକ ବେଲାଦୁଲା ଗ୍ରାମର ପଞ୍ଚାନନ ମେହେରଙ୍କ ଠାରୁ ନେଉଥିଲେ ଟଙ୍କା । ପୂର୍ବରୁ ୨ ହଜାର ଟଙ୍କା ନେଇଥିଲେ । ପୁଣି ୧୫ ହଜାର ମାଗିଥିଲେ । ଆଜି ୮ ହଜାର ଟଙ୍କା ଦେଉଥିବା ବେଳେ ବୌଦ୍ଧ ବସଷ୍ଟାଣ୍ଡ ରୁ ଧରିଲା ଭିଜିଲାନ୍ସ । ବୌଦ୍ଧ ବୁଟୁପାଲି ବାସ ଭବନରେ ମଧ୍ୟ ରେଡ଼ ଚାଲିଛି ।