ଜଙ୍ଗଲରୁ ବେଆଇନ୍‌ ଗଞ୍ଜେଇ ଜବତ: ପାଞ୍ଚ ଜଣ ଗଞ୍ଜେଇ ମାଫିଆ ଚମ୍ପଟ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଞ୍ଚଳରେ ବେଆଇନ୍‌ ଗଞ୍ଜେଇ ଚାଷ ଓ ଚୋରାଚାଲାଣ ବୃଦ୍ଧି ପାଉଥିବା ବେଳେ ପୋଲିସ ଏ ଦିଗରେ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛି । ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହ ଗୁଇନ୍ଦା ସୂଚନା ଆଧାରରେ ବିଭିନ୍ନ ସ୍ଥାନରେ ଚଢ଼ାଉ ମଧ୍ୟ ଜାରି ରଖିଛି । ଏଭଳି ସ୍ଥିତିରେ ବାଲିଗୁଡ଼ା ପୋଲିସକୁ ଆଉ ଏକ ସଫଳତା ମିଳିଛି । ବାଲିଗୁଡ଼ା ଥାନା କୁଟିକିଆ ପଞ୍ଚାୟତ ତେମାଙ୍ଗି ନିକଟସ୍ଥ ଜଙ୍ଗଲରୁ ୩୦୨ କେଜି ୨୨୫ ଗ୍ରାମ୍‌ ବେଆଇନ୍‌ ଗଞ୍ଜେଇ ଜବତ କରିଛି ପୋଲିସ୍‌ । ଚୋରାଚାଲାଣ ପାଇଁ ଗଚ୍ଛିତ ରଖାଯାଇଥିବା ବେଳେ ଘଟଣା ସ୍ଥଳରେ ଚଢ଼ାଉ କରିଥିଲା ପୋଲିସ୍‌ । ସେପଟେ ପୋଲିସକୁ ଦେଖି ପାଞ୍ଚ ଜଣ ଗଞ୍ଜେଇ ମାଫିଆ ଚମ୍ପଟ ମାରିଥିବା ପୋଲିସ୍‌ ପକ୍ଷରୁ ସୂଚନା ମିଳିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଏନେଇ ବାଲିଗୁଡ଼ା ଥାନା କେଶ ନଂ-୧୭୫/୨୦୨୩ ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବିଷୟ ଥାନା ଅଧିକାରୀ ବାବାଶଙ୍କର ସରାଫ୍‌ ପ୍ରକାଶ କରିଛନ୍ତି