ପେଟ୍ରୋଲ ଓ ଡିଜେଲ୍ ଦର ପୁଣି ବୃଦ୍ଧି ।

ନୂଆଦିଲ୍ଲୀ : ଆଜି ପେଟ୍ରୋଲ ଓ ଡିଜେଲ୍ ଦର ପୁଣି ବୃଦ୍ଧି ହୋଇଛି । ପେଟ୍ରୋଲ ଲିଟର ପିଛା ୫୯ ପଇସା ବୃଦ୍ଧି ହୋଇଥିବା ବେଳେ ଡିଜେଲ ୫୮ ପଇସା ବୃଦ୍ଧି ହୋଇଛି। ଶନିବାର ମୂଲ୍ୟ ବୃଦ୍ଧି ଯୋଗୁ ଦିଲ୍ଲୀରେ ପେଟ୍ରୋଲ ଦାମ ଲିଟର ୭୫.୧୬ ଟଙ୍କା ଓ ଡିଜେଲ ୭୩.୩୯ ଟଙ୍କାରେ ପହଞ୍ଚିଛି। ପ୍ରତ୍ୟେକ ରାଜ୍ୟରେ ଭାଟ୍ କିମ୍ବା ସ୍ଥାନୀୟ ବିକ୍ରି କର ଅନୁସାରେ ପେଟ୍ରୋଲ ଓ ଡିଜେଲ ଦର ଭିନ୍ନ ଭିନ୍ନ ରହିବ। ଲଗାତର ୭ମ ଥର ଦାମ ବଢିଥିବାରୁ ପେଟ୍ରୋଲ ୩.୯ ଟଙ୍କା ଓ ଡିଜେଲ ୪ ଟଙ୍କା ବୃଦ୍ଧି ହୋଇଛି।