ଚର୍ଚ୍ଚିତ ଗୌରୀ ମିଶ୍ର ହତ୍ୟାକାଣ୍ଡ ର ପର୍ଦ୍ଦାଫାଶ ; ୭ ଗିରଫ ୨ ଫେରାର ।

ଗୁଣପୁର,(ସିଦ୍ଧାର୍ଥ ଦାଶ): ବହୁ ଚର୍ଚ୍ଚିତ ଓ ବହୁ ପ୍ରତୀକ୍ଷିତ ଗୁଣପୁର ବଂଶଧାରା ନଦୀ ପୋଲ ଉପରେ ଆଶା ସଂସ୍ଥା ର ନିର୍ଦେଶକ ଗୈାରି ମିଶ୍ର ଙ୍କୁ ଗୁଳିକରି ହତ୍ୟା ଘଟଣା ର ରହସ୍ୟ ଉନ୍ମୋଚନ କରିଛି ପୁଲିସ । ଜମି କିଣାବିକା ବିବାଦ ଯୋଗୁଁ ସ୍ବେଚ୍ଛାସେବୀ ଗୌରୀ ମିଶ୍ରଙ୍କୁ କରାଯାଇଥିଲା ହତ୍ୟା । ହତ୍ୟାକାଣ୍ଡ ରେ ସଂପୃକ୍ତ ୭ ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ଗୁଣପୁର ପୁଲିସ । ମୁଖ୍ୟ ଅଭିଯୁକ୍ତ ତଥା ସୁପାରୀ କିଲର ରାଜେଶ ଓରଫ ରାଜା କୁ ମଧ୍ୟ ଆନ୍ଧ୍ରପ୍ରଦେଶର ଆନନ୍ଦପୁର ଅଞ୍ଚଳରେ ହତ୍ୟାକରି ପୋତି ଦେଇଥିଲେ ଷଡଯନ୍ତ୍ର କାରୀ । ଏହି ଡବଲ ମର୍ଡର ଘଟଣାରେ ପୁଲିସ ଆର କ୍ରିଷ୍ଣା, ଏ ଗୋବିନ୍ଦା, ଡି ଭେଙ୍କେଟ ରାଓ, ଆକାଶ ବାଦାପୁ, ବିନୋଦ ବାଉରୀ, କେ ଅରୁଣ କୁମାର ଓ ମୁନା ପିଡ଼ିକା କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କ ଠାରୁ ମୋଟର ସାଇକେଲ ଓ ଦେଶୀ ଗୁଳି ଗୋଳା ଜବତ କରାଯାଇଛି । ଗତ ମେ ୧୩ ତାରିଖ ର ରାତ୍ରି ୯.୪୦ ସମୟରେ ବଂଶଧାରା ପୋଲ ଉପରେ ଅଜଣା ଆତତାୟୀ ଙ୍କ ଗୁଳି ରେ ସ୍ବେଚ୍ଛାସେବୀ ଗୈାରି ମିଶ୍ର ମୃତ୍ୟୁବରଣ କରିଥିଲେ। ଏହି ହତ୍ୟାକାଣ୍ଡ ଘଟଣା ସମ୍ପର୍କରେ ଜାଣିଥିବା ଭି ରାଜେଶ ଓରଫ୍ ରାଜା ନାମକ ଜଣେ ଯୁବକକୁ ଗତ ୧୯ ତାରିଖରୁ ବିଶାଖପାଟଣା ରୁ କିଛି ଦୁର୍ବୃତ୍ତ ନିଖୋଜ କରିଦେଇଥିବା ନେଇ ଥାନା ରେ ଅଭିଯୋଗ କରିଥିଲେ ରାଜେଶ ଙ୍କ ମା । ଗୈାରୀ ମିଶ୍ର ହତ୍ୟାକାଣ୍ଡ ଘଟଣାର ଦେଢ ମାସ ବିତିଥିଲେ ମଧ୍ୟ ଏଥିରେ ସଂପୃକ୍ତ ଅପରାଧୀଙ୍କ ସମ୍ପର୍କରେ ପୋଲିସ୍ କୌଣସି ଟେର୍ ପାଇନଥିବା ବେଳେ ହଠାତ୍ ଗୁଣପୁର କୁମ୍ଭାର ସାହିର ଭି ଲକ୍ଷ୍ମୀ ନାମକ ଜଣେ ମହିଳା ଗୁଣପୁର ଥାନାର ଦ୍ବାରସ୍ତ ହୋଇ ନିଜ ପୁଅ ଭି ରାଜେଶ ଓରଫ୍ ରାଜା ଗତ ୧୯ ତାରିଖ ରବିବାର ଠାରୁ ନିଖୋଜ ଥିବା ନେଇ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିତିକରି ପୋଲିସ୍ ତଦନ୍ତ ପ୍ରକ୍ରିୟା ଜୋରଦାର୍ କରିଥିଲେ । ରାଜେଶ ର ମା କହିବା ଅନୁଯାୟି କ୍ରିଷ୍ଣା ଓ ଜିକେ ନାମକ ବ୍ୟକ୍ତି ଏଥିରେ ସମ୍ପୃକ୍ତି ଥିବା ନେଇ ତାଙ୍କ ପୁଅ ରାଜେଶ ଜାଣିଥିଲେ । ପରବର୍ତୀ ମୁହୁର୍ତରେ ନିଖୋଜ ଥିବା ଭି ରାଜେଶ କୁ ଗୈାରୀ ମିଶ୍ର ହତ୍ୟାକାଣ୍ଡ ଘଟଣା ର ପ୍ରମାଣ ନଷ୍ଟ ପାଇିଁ ବିଶାଖାପାଟଣା ରେ ହତ୍ୟା କରାଯାଇଥିବା ପୋଲିସ୍ ଜାଣିବାକୁ ପାଇଥିଲେ। ନିଖୋଜ ଥିବା ଭି ରାଜେଶ କୁ ହତ୍ୟା କରି ବିଶାଖାପାଟଣା ର ଆନନ୍ଦପୁର ଥାନା ଅନ୍ତର୍ଗତ ଗାଣ୍ଡିଂଗୁଣ୍ଡଂ ଠାରେ ଏକ ଜଙ୍ଗଲ ନିକଟରେ ପୋତିଦେଇଥିବା ପୋଲିସ୍ ସୁରାକ ପାଇଥିଲେ । ଆନ୍ଧ୍ର ଓ ଓଡିଶା ପୁଲିସଙ୍କ ଉଦ୍ୟମ ରେ ଶବ ଉଦ୍ଧାର କରାଯାଇଥିଲା । ଫିଲ୍ମ ଷ୍ଟାଇଲ୍ ରେ ଗୋଟିଏ ପରେ ଗୋଟିଏ ହତ୍ୟାକାଣ୍ଡ ଘଟାଇଥିବା ଏହି ଅଭିଯୁକ୍ତ ମାନଙ୍କ ପଛରେ କେତେଜଣ ସଂପୃକ୍ତ , କାହିଁକି ଗୈାରୀ ମିଶ୍ର କୁ ପ୍ରଥମେ ହତ୍ୟା କରାଇଲେ ଏହାପରେ ଭି ରାଜେଶ କୁ ପ୍ରମାଣ ନଷ୍ଟ ପାଇିଁ କାହିଁକି ଆଉ ଏକ ହତ୍ୟା କଲେ ଏହି ସବୁ ଘଟଣାରେ ପୋଲିସ୍ ତଦନ୍ତ ତ୍ୱରାନ୍ୱିତ କରି ହତ୍ୟାକାଣ୍ଡ ରେ ସଂପୃକ୍ତ ଅପରାଧୀଙ୍କୁ ଧରିବାରେ ସକ୍ଷମ ହୋଇଛି ।