କଟକ ଜିଲ୍ଲାପାଳ ଙ୍କ ତହସିଲ ଅଞ୍ଚଳ ଲୋକଙ୍କୁ ନିବେଦନ ୧୫ ଓ ୧୬ ଦୁଇ ଦିନ ଘରେ ରହି ରଜ ପାଳନ କରନ୍ତୁ ।

କଟକ : କରୋନା ସଂକ୍ରମଣ ଭୟରେ ରଜ ମଉଜ ବନ୍ଦ କରିବାକୁ ଜିଲ୍ଲାପାଳ ନୋଟିସ୍ ଜାରି କରିଛନ୍ତି । ଗତ ସପ୍ତାହ କ ମଧ୍ୟରେ କଟକ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି । ତେଣୁ ୧୫ ଓ ୧୬ ଦୁଇ ଦିନ ଘରେ ରହି ରଜ ପାଳିବାକୁ ତହସିଲ ଅଞ୍ଚଳ ଲୋକଙ୍କୁ ନିବେଦନ କରିଛନ୍ତି ଜିଲ୍ଲାପାଳ ।

କଟକ ମହାନଗର ନିଗମ ଅଞ୍ଚଳ ପାଇଁ କଟକଣାକୁ ଟିକେ କୋହଳ କରିଛନ୍ତି ସିଏମ୍‌ସି କମିଶନର୍ । ଲୋକଙ୍କୁ ଘରୁ ବାହାରକୁ ବାହାରିବା ଉପରେ କଟକଣା କରାଯାଇ ନାହିଁ ତେବେ ସାମାଜିକ ଦୂରତା, ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର କରିବା ସହ । କରୋନା ନିୟମକୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି ।

ଗଞ୍ଜାମ ଜିଲ୍ଲା ପରେ କଟକରେ ରଜ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଅତି ଆବଶ୍ୟକ ନଥିଲେ ଘରୁ ନବାହାରିବାକୁ କୁହାଯାଇଛି । କାରଣ ରାଜ୍ୟରେ ବର୍ତ୍ତମାନ ସବୁଠାରୁ ଅଧିକ ସଂକ୍ରମିତ କଟକରେ ଅଛନ୍ତି । ଜିଲ୍ଲାରେ ମୋଟ୍ ୧୮୬ ଜଣ ଥିବା ବେଳେ ଗଞ୍ଜାମରେ ୧୨୮ ଜଣ ଅଛନ୍ତି ।