ଜୟପାଟଣା (ମଳୟ କୁମାର ସାହୁ ):-କଳାହାଣ୍ଡି ଜିଲ୍ଲା ନବରଙ୍ଗପୁର ସୀମାନ୍ତ କୁ ଲାଗି ରହିଥିବା ଢୁଳୁ ଘାଟି ବ୍ରିଜ୍ ରେ ଦୁର୍ଘଟଣା, ସୂଚନା ଅନୁଯାଇ OD 24F 4784 ଗାଡ଼ି ନମ୍ୱର ପଣସ ଓ ନଡ଼ିଆ ବୋଝେଇ ଟିମନ୍ ପୁର ରୁ ଜୟପାଟଣା ଅଭିମୁଖେ 13ଜଣ ଲୋକଙ୍କୁ ଧରି ଆସୁଥିବାବେଳେ ଢୁଲୁ ଘାଟି ବ୍ରିଜ୍ ରେ ପିକପ୍ ଭ୍ୟାନ୍ ଟି ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଛି । ଡ୍ରାଇଭର ଜଣକ ମୃତ୍ୟୁବରଣ କରିଥିବା ବେଳେ 9 ଜଣ ଆହତ ହୋଇଥିବାର ସୁଚନା ମିଳିଛି। ଜୟପାଟଣା ଅଗ୍ନିଶମ ବିଭାଗ ଆସି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ୧୦୮ ଆମ୍ବୁଲାନ୍ସ ରେ ଗୁରୁତ୍ଵରଙ୍କୁ ଜୟପାଟଣା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ଓ ତେନ୍ତୁିଖୁଣ୍ଟି 108 ଆସି ଗୁରୁତ୍ଵରଙ୍କୁ ତେନ୍ତୁିଖୁଣ୍ଟି ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର କୁ ନିଆ ଯାଇଛି। କଳାହାଣ୍ଡି ଜିଲ୍ଲା ର ଜୟପାଟଣା ବ୍ଳକ ଧନସୁଳୀ ଗ୍ରାମ ନବରଙ୍ଗପୁର ପଡୋସି ଜିଲ୍ଲା ସୀମାନ୍ତ କୁ ଲାଗି ଢ଼ୁଳୁ ଘାଟି ରହିଅଛି। ଏହି ଘାଟି କଳାହାଣ୍ଡି ଜିଲ୍ଲା ଓ ନବରଙ୍ଗ ପୁରା ଜିଲ୍ଲା କୁ ସଂଯୋଗ କରିଥିବା ବେଳେ ଆଖ ପାଖ ଅଞ୍ଚଳ ର ଲୋକେ ଯାତାୟତ ଗମନା ଗମନ ପାଇଁ ନିର୍ଭର କରିଥାନ୍ତି । ହେଲେ ମଧ୍ୟ ପି ଡବ୍ଲୁ ଡି କୁ ଏହି ରାସ୍ତା କାମ କରିବାକୁ ହସ୍ତକ୍ଷେପ ହୋଇଥିଲେ ମଧ୍ୟ ଅତି ନିମ୍ନ ମାନର ରାସ୍ତା କାମ କନିଷ୍ଠ ଯନ୍ତ୍ରୀ ଙ୍କ ଅନୁପସ୍ଥିତି ରେ ମୁନସୀ ନିଜେ ଠିକାଦାର ସାଜି ଏହି କାମ କରିଚାଲିଛନ୍ତି। ସ୍ଥାନୀୟ ଅଞ୍ଚଳ ର ଲୋକ ମାନେ ରାସ୍ତା କୁ ନେଇ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ କେହି କର୍ଣ୍ଣ ପାତ କରୁନାହାନ୍ତି। ରାସ୍ତା ଅତି ନିମ୍ନ ମାନର ହୋଇଥିବାରୁ ବାରମ୍ବାର ଦୁର୍ଘଟଣା ହେବାର ଆଶଙ୍କା ରହିଛି। ରାସ୍ତା କାର୍ଯ୍ୟ କାମ ଠିକ୍ ଭାବରେ ନହେଲେ ଆଗମୀ ଦିନରେ ରାସ୍ତା ରୋକ ହେବ ବୋଲି ଅଞ୍ଚଳ ବାସୀ ଚେତାବନି ଦେଇଛନ୍ତି।