ଖୋର୍ଦ୍ଧା ୧୨।୬: କରୋନା ଲାଗି ଫିକା ପଡିବ ରଜ ପର୍ବ। ହୋଇ ପାରିବ ନାହିଁ ସାମୁହିକ କାର୍ଯ୍ୟକ୍ରମ। ଶୁକ୍ରବାରଠାରୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରିଛନ୍ତି ଖୋର୍ଦ୍ଧା ଉପକଣ୍ଠ ଉପଜିଲାପାଳ ଶାନ୍ତନୁ ମହାନ୍ତି। ଖୋର୍ଦ୍ଧା ଉପଖଣ୍ଡ ଅନ୍ତର୍ଗତ ଖୋର୍ଦ୍ଧା,ବେଗୁନିଆ, ବୋଳଗଡ଼,ଚିଲିକା, ବାଣପୁର ବ୍ଲକ ଅଞ୍ଚଳରେ ରଜ ଉତ୍ସବ ପାଳନ ହୋଇ ପାରିବ ନାହିଁ । ସଂକ୍ରମଣକୁ ଏଡାଇବା ପାଇଁ କଟକଣା ଜାରି କରିଛନ୍ତି ଉପଜିଲାପାଳ ।