ଖପ୍ରାଖୋଲ ୦୮/୦୬ ( ରୁପେନ୍ଦ୍ର ମୁଣ୍ଡା ) : ଖପ୍ରାଖୋଲ ବ୍ଲକ ଓଡ଼ିଆପାଲି କୁଲତାପଡା ର କନକ ମୁଣ୍ଡା ବୟସ ୩୫ ବର୍ଷ , ସ୍ୱାମୀ ବଳଦେବ ମୁଣ୍ଡା ଦୀର୍ଘ ଦିନରୁ କିଡ଼ନୀ ରୋଗ ରେ ଶଯ୍ୟାଶାୟୀ ହୋଇ ଗତ ମାସ ରେ ତାଙ୍କରି ଦେହାନ୍ତ ହୋଇଥିଲା ଏବଂ ସେଥିଲେ ଘର ର ଏକମାତ୍ର ରୋଜଗାର କ୍ଷମ ବ୍ୟକ୍ତି କିନ୍ତୁ ତାଙ୍କରି ଦେହାନ୍ତ ପରେ ନିରାଶ୍ରୟ ଜୀବନ ଜୀଉଛନ୍ତି କନକ I ସ୍ୱାମୀଙ୍କ ମୃତ୍ୟୁ ପରେ ସରକାରୀ ସହାୟତା ପାଇଁ ଜାତୀୟ ପରିବାର ମଙ୍ଗଳ ଯୋଜନା ରେ ସେ ସହଯୋଗ ପାଇଁ ଆବେଦନ କରିଥିଲେ ଏବଂ ସେ ପ୍ରତ୍ୟେକ ଦିନ ପଂଚାୟତ କୁ ଦୌଡି ଦୌଡି ନୟାନ୍ତ ହେଲେଣି ହେଲେ ଓଡ଼ିଆପାଲି ପଂଚାୟତ ଦାୟିତ୍ୱ ରେ ଥିବା କାର୍ୟନିର୍ବାହୀ ଅଧିକାରୀ ଙ୍କ ଦେଖା ଦର୍ଶନ ମିଳୁନଥିବା ଜଣାପଡିଛି I ଶେଷରେ ଅନ୍ୟ ଉପାୟ ନ ପାଇ ବ୍ଲକ ପ୍ରଶାସନ ର ଦ୍ୱାରସ୍ତ ହୋଇଥିଲେ କନକ ହେଲେ ବିଡ଼ିଓ ମହାଶୟ ତାଙ୍କୁ ନିଜେ ଓ ଇ ଙ୍କ ଦସ୍ତଖତ କରାଇଦେଇ ଯେତେ ଶୀଘ୍ର ହେବ ତୁମର ପ୍ରାପ୍ୟ ତୁମକୁ ମିଳିବ ବୋଲି ଅଭୟ ବାଣୀ ବି ଦେଇଥିଲେ କିନ୍ତୁ ଆଜି ପର୍ଯ୍ୟନ୍ତ କନକ ଙ୍କ ଆବେଦନ ବି.ଏସ.ଏସ.ଓ ଙ୍କ ଠାରେ ପଡ଼ିରହିଛି I ବିଡ଼ିଓ ମହାଶୟ ଙ୍କ ପ୍ରତିଶୃତି ବୋଧ ହୁଏ ସମୟାନ୍ତର ରେ ଶୀତଳ ଭଣ୍ଡାର ରେ ଚାଲିଗଲା ନ ହେଲେ ଅଭାଗିନୀ ବିଧବା ଙ୍କ ଆବେଦନ କୁ ଜାଣିଶୁଣି ଅଣଦେଖା କରିଛନ୍ତି I ବିଧବା ମହିଳା ଜଣକ ପରିବାର କହିଲେ ଗୋଟିଏ ପୁଅ , ଗୋଟିଏ ଝିଅ ଆଉ ଏପରି ପରିସ୍ଥିତି ରେ ପରିବାର ପ୍ରତିପୋଷଣ ଭାରି କଷ୍ଟ ସେଥିରେ ପୁଣି କିଛି ସହଯୋଗ ପାଇବା ଆଶା ରେ ପ୍ରଶାସନ ର ଦ୍ୱାରସ୍ତ ହେଲେ ଖାଲି ପ୍ରତିଶୃତି ମିଳୁଛି…ଏପରି କ୍ଷେତ୍ରରେ ମାନସିକ ଅବସାଦ ରେ କନକ I ପ୍ରଶାସନ ଅସହାୟ ଆଦିବାସୀ ପରିବାର ଙ୍କୁ ଜାତୀୟ ପରିବାର ଯୋଜନା ର ପ୍ରାପ୍ୟ ତୁରନ୍ତ ପ୍ରଦାନ କରିବାକୁ କନକ ଗୁହାରି କରିଛନ୍ତି I