ବିଶ୍ବ ପରିବେଶ ଦିବସ ଉପଲକ୍ଷେ ବୃକ୍ଷ ରୋପଣ ଓ ରକ୍ତଦାନ ଶିବିର

ଢେଙ୍କାନାଳ, ତା ୦୫.୦୬.୨୦୨୩ – ବିଶ୍ବ ପରିବେଶ ଦିବସ ଉପଲକ୍ଷେ ଶ୍ରୀ ସାଇନାଥ ଚାରିଟେବୁଲ୍ ଟ୍ରଷ୍ଟ ତରଫରୁ ଶ୍ୟାମାଚରଣପୁର ସାଇ ଶ୍ରୀକ୍ଷେତ୍ର ଠାରେ ସକାଳ ସାଢେ ୮ ଟା ଠାରୁ ଦିବା ୨ ଘଟିକା ପର୍ଯ୍ୟନ୍ତ ବୃକ୍ଷ ରୋପଣ ଓ ରକ୍ତଦାନ କାର୍ଯ୍ୟକ୍ରମ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଟ୍ରଷ୍ଟି ବରିଷ୍ଠ ଆଡଭୋକେଟ୍ ସୁରେନ୍ଦ୍ର ମିଶ୍ର ଦୀପ ପ୍ରଜ୍ଜ୍ୱଳନ କରି ଉଦ୍‌ଘାଟନ କରିଥିଲେ । ଏଥିରେ ସାଇ ମନ୍ଦିର ସଭାପତି ପ୍ରତାପ କୁମାର ମଲ୍ଲିକ, ଭବସଭାପତି ଶରତ କୁମାର ପଟ୍ଟନାୟକ, ଟ୍ରଷ୍ଟି ପ୍ରଦୋଷ ମହାପାତ୍ର, ପ୍ରମୋଦ କୁମାର ମହାପାତ୍ର ଓ ବରିଷ୍ଠ ସଭ୍ୟ ଯୋଗିନାଥ ମହାନ୍ତି ଓ ଅକ୍ଷୟ କୁମାର ସାହୁ, ବିରଂଟି କୁମାର ନାଥ, ପୂର୍ଣ୍ଣଚନ୍ଦ୍ର ପୃଷ୍ଟି, ଶ୍ୟାମସୁନ୍ଦର ତ୍ରିପାଠୀ, ଲିଆକତ୍ ଅଲ୍ଲୀ ଖାନ୍, ପ୍ରସାଦ କୁମାର ପଟ୍ଟନାୟକ, ଜୟ ପ୍ରକାଶ ସାହୁ, ନିରୋଦ କୁମାର ମହାପାତ୍ର, ରଞ୍ଜନ ପଟ୍ଟନାୟକ, ଜିତେନ୍ ଧଳ, ଗୁରୁ ପାଇଁ, ରତ୍ନାକର ବେହେରା, ପିନୁ ଗିରି, ଦିଲ୍ଲିପ ମିଶ୍ର, ବାପୁଜି ପଧାନ, ସୁଧୀର ମିଶ୍ର, ସାଗରିକା ମିଶ୍ର, ନିବେଦିତା ପଟ୍ଟନାୟକ, ସୁଜାତା ବରାଳ, ସନ୍ଦିପ ସାହୁ, ସରୋଜ କୁମାର ପ୍ରଧାନ, ତ୍ରିନାଥ ରାଉତରାଏ, ଡାକ୍ତର ଦେବି ପ୍ରସାଦ ସେଠୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଉକ୍ତ ରକ୍ତଦାନ ଶିବିରରେ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର ଓ ୱାର୍ଡ ନଂ୧ କାଉନ୍ସିଲର ବଳରାମ ସେଠୀ ଉପସ୍ଥିତ ରହିଥିଲେ । ଏହି ଶିବିରରେ ୮୫ ୟୁନିଟି ରକ୍ତ ସଂଗୃହୀତ ହୋଇଥିଲା ।


ବହୁ ସଂଖ୍ୟକ ସଭ୍ୟ ସାଇ ଶ୍ରୀକ୍ଷେତ୍ରରେ ବୃକ୍ଷରୋପଣ କରିବା ସଙ୍ଗେ ସଙ୍ଗେ ରକ୍ତଦାତାମାନଙ୍କୁ ୨ଟି କରି ଫଳନ୍ତି ଗଛ ଦେଇ ରୋପଣ ଲାଗି ଅନୁରୋଧ କରିଥିଲେ । ପ୍ରତ୍ୟେକ ବର୍ଷ ଏହି ବିଶ୍ବ ପରିବେଶ ଦିବସରେ ବୃକ୍ଷ ରୋପଣ ଓ ରକ୍ତଦାନ ଶିବିର ଆୟୋଜନ କରିବାକୁ ନିଷ୍ପତି ନେଇଛନ୍ତି । ଶ୍ୟାମାଚରଣପୁରରେ ଥିବା ସେୟାର ଅନୁଷ୍ଠାନ ରକ୍ତଦାନ ଶିବିର ଓ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ସଂପୂର୍ଣ୍ଣ ସହଯୋଗ କରିଥିବାରୁ ଟ୍ରଷ୍ଟ୍ ପକ୍ଷରୁ କୃତଜ୍ଞତା ପ୍ରକାଶ କରାଯାଇଛି ।