ଢେଙ୍କାନାଳ ଜିଲ୍ଲା ଅମଲା ମାନଙ୍କ ସାମୂହିକ ଛୁଟି ସରକାରୀ କାର୍ଯ୍ୟାଳୟ ଖାଁ ଖାଁ

ଢେଙ୍କାନାଳ :୨/୬( ଶୁଭମ ପାଣି) : ଆଜି ଦ୍ୱିତୀୟ ଦିନରେ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମିଳିତ ଅମଲା ମଞ୍ଚ ବସିଛି ଧାରଣାରେ ଏହି ଧାରଣା ଅନିର୍ଦ୍ଦିଷ୍ଟ ସମୟ ପାଇଁ ହୋଇପାରେ। ଅମଲାମାନେ ଛୁଟିରେ ଚାଲିଯିବା ପରେ ଢେଙ୍କାନାଳର ସମସ୍ତ ସରକାରୀ ଅଫିସ ନିର୍ଦ୍ଧାରିତ ସମୟରେ ଖୋଲାଯାଇଥିଲା । କିନ୍ତୁ ଆଗପରି ଗହଳଚହଳ ନଥିଲା।ଫାଙ୍କା ପଡ଼ିଥିଲା ଚୈକି , ପରିବେଶ ଖାଁ ଖାଁ ଲାଗୁଥିବାବେଳେ ଅଫିସ ପ୍ରକୋଷ୍ଠରେ ରାଜୁତି କଲା ନୀରବତା। ଦାବି ପୂରଣରେ ରାଜ୍ୟ ସରକାରଙ୍କ ଟାଳଟୁଳ ନୀତି ପ୍ରତିବାଦରେ ଅମଲାମାନେ ସାମୂହିକ ଛୁଟିରେ ଚାଲିଯିବା ପରେ ଢେଙ୍କାନାଳର ସମସ୍ତ ସରକାରୀ ଅଫିସରେ ଗୁରୁବାର ଦେଖିବାକୁ ମିଳିଥିଲା ଏଭଳି ଦୃଶ୍ୟ । ଅମଲାଙ୍କ ଏଭଳି ନିଷ୍ପତ୍ତି ରେ ସରକାରୀ କାର୍ଯ୍ୟ ଠପ୍ ହୋଇଯାଇଥିବା ବେଳେ ସୃଷ୍ଟି ହୋଇଛି ଗୁରୁତର ଅଚଳାବସ୍ଥା। ସ୍ନାତକ ଯୋଗ୍ୟତାଧାରୀ ଅମଲାଙ୍କୁ ମାଟ୍ରିକ୍ ଅନୁଯାୟୀ ବେତନ ଦିଆଯାଇଛି। ଏହାର ପ୍ରତିବାଦରେ ଜୁନ୍‌ ପହିଲାରୁ ସାରା ରାଜ୍ୟର ଅମଲାମାନେ ସାମୂହିକ ଛୁଟିରେ ଚାଲିଯାଇଛନ୍ତି। ଗଜ୍ୟ ସରକାରଙ୍କୁ ୩୦ଦିନ ସମୟ ଦିଆଯିବା ପରେ ମଧ୍ୟ ଦାବି ପୂରଣ ନ ହେବାରୁ ସେମାନେ ଏଭଳି ନିଷ୍ପତ୍ତି ନେଇଛନ୍ତି।

ଢେଙ୍କାନାଳ ଜିଲ୍ଲା ମିଳିତ ଅମଲା ମଞ୍ଚ ଆହ୍ୱାନରେ ଏହି ନିଷ୍ପତ୍ତିକୁ ସମର୍ଥନ ଜଣାଇଛନ୍ତି ବିଭିନ୍ନ ବିଭାଗର ଅମଲା। ଫଳରେ ଜିଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ସରକାରୀ କାର୍ଯ୍ୟ ଠପ୍ ହେଇଯାଇଛି। ଦୂରଦୂରାନ୍ତରୁ ଆସୁଥିବା ଲୋକେ ନିରାଶ ରେ ଫେରିବାକୁ ବାଧ୍ୟ ହେଉଥିବା ଦେଖିବାକୁ ମିଳିଛି। ମିଳିତ ଅମଲା ମଞ୍ଚ ଅଧକ୍ଷ ବିଭୂତି ଭୂଷଣ ପଟ୍ଟନାୟକ, ଆବାହକ ଅରୁଣ କୁମାର ବଳିଆରସିଂଙ୍କ ନେତୃତ୍ୱରେ କାର୍ଯ୍ୟାଳୟ ପରିସରରେ ଜିଲାର ସମସ୍ତ ଅମଲାମାନେ ପୂର୍ବାହ୍ନ ୮ଟାରୁ ୧୨ଟା ଯାଏ ଧାରଣା ଦେଇଥିଲେ। ଶୁକ୍ରବାରଠାରୁ ଢେଙ୍କାନାଳ, କାମାକ୍ଷାନଗର, ହିନ୍ଦୋଳ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମେତ ୮ ବ୍ଲକ ଅଫିସ ସମ୍ମୁଖରେ ଅନୁରୂପ ଧାରଣ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି । ରାଜ୍ୟ ସରକାର ଦାବି ପୂରଣ କରିବା ଦିଗରେ ପଦକ୍ଷେପ ନେବାକୁ ସମ୍ପାଦକ ପ୍ରକାଶ ଚନ୍ଦ୍ର ସ୍ବାଇଁ, ଗଣେଶ୍ୱର ପୃଷ୍ଟି, ରାଜୀବ ଲୋଚନ ସାହୁ ପ୍ରମୁଖ ନିବେଦନ କରିଛନ୍ତି।