ଢେଙ୍କାନାଳ ପୂର୍ବତନ ସୈନିକ ସଂଘ ତରଫରୁ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

ଢେଙ୍କାନାଳ, ୩୦/୦୫(ଶୁଭମ ପାଣି) : ଫେବୃଆରୀ ୨୦ ତାରିଖ ଠାରୁ ଜନ୍ତରମନ୍ତର ଠାରେ ଧାରଣା ଦେଉଥିବା ପୂର୍ବ ସୈନିକମାନଙ୍କର ଆଜି ୧୦୦ ଦିନ ପୂର୍ତି ଉଦ୍ଦେଶ୍ୟରେ ଏବଂ ତାଙ୍କ ମନବଳ ତଥା ସମ୍ମାନ ଉଦ୍ଦେଶ୍ୟରେ ଭାରତର ସମସ୍ତ ବ୍ଲକ୍‌ରେ ଥିବା ପୂର୍ବ ସୈନିକମାନେ ମହାମହିମ ରାଷ୍ଟ୍ରପତି, ମାନ୍ୟବର ପ୍ରଧାନମନ୍ତ୍ରୀ ଓ ମାନ୍ୟବର ରକ୍ଷାମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାର ସୁଧାଂଶୁ କୁମାର ସାଓଙ୍କୁ ଦାବି ପତ୍ର ହସ୍ତାନ୍ତର କରିଛନ୍ତି । ଏଥିରେ ଢେଙ୍କାନାଳର ୮ଟି ବ୍ଳକ୍‌ ସହଯୋଗ କରିଥିବାରୁ ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ । ସଦର ବ୍ଲକ୍‌ ପୂର୍ବ ସୈନିକଭାଇମାନେ ଢେଙ୍କାନାଳ ସହରରେ ରାଲି କରି ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ତହସିଲଦାର ସେମାନଙ୍କୁ ସମ୍ମାନ ଦେବା ସଙ୍ଗେ ସଙ୍ଗେ ପୂର୍ଣ ସହଯୋଗ କରିବାକୁ ପ୍ରତିଶୃତି ଦେଇଛନ୍ତି । ଏହା ପୂର୍ବରୁ ସମାନ ଦାବିପତ୍ର ଜିଲ୍ଲାପାଳ ଏବଂ ମାନ୍ୟବର ସାସଂଦଙ୍କୁ ଦିଆଯାଇଥିଲା । ଯଥା- ସମାନ ପଦ, ସମାନ ପେନ୍‌ସନ୍‌, ସମାନ ମିଲିଟାରୀ ସେବା ବେତନ, ବୀରନାରୀଙ୍କ ପ୍ରତି ଅନ୍ୟାୟ, ଯୁଦ୍ଧ କ୍ଷେତ୍ରରେ ଆଘାତ ବିକଳାଙ୍ଗମାନଙ୍କୁ ହାତଟେକା ଉପହାସ ପରି ୮ଟି ପେଏଁଟ୍‌ ସାମିଲି କରାଯାଇଛି । ଏହି ଦାବିପତ୍ର ପ୍ରଦାନ ଅବସରରେ ଢେଙ୍କାନାଳ ସଂଘର ଉପଦେଷ୍ଟା ଭ୍ରମରବର ଦଳେଇ, ସଭାପତି କୈଳାସ ଚନ୍ଦ୍ର ରାଉତ, ଉପସଭାପତି ବିମଳ କୁମାର ଶତପଥୀ, ବିଭୁତି ଭୂଷଣ ନନ୍ଦ, ସଂପାଦକ ସୁବାଷ ଚନ୍ଦ୍ର ହୋତା, ସହ-ସମ୍ପାଦକ ସଂଜୟ କୁମାର ପଣ୍ଡା, କୋଷାଧ୍ଯକ୍ଷ ଅଖିଳ କୁମାର ରାଉତ ପରିଚାଳନା କରିଥିଲେ |