ପ୍ରହସନ ପାଲଟିଛି ଜିଲ୍ଲାପାଳ ଙ୍କ ଜନ ଶୁଣାଣୀ

ଖପ୍ରାଖୋଲ ୩୦/୦୫ ( ରୁପେନ୍ଦ୍ର ମୁଣ୍ଡା ) : ସରକାର ଜନସାଧାରଣଙ୍କୁ ହାତ ପାହାନ୍ତା ରେ ସୁବିଧା ସୁଯୋଗ ଯୋଗାଇ ଦେଇବା ନିମନ୍ତେ ଜିଲ୍ଲାପାଳ ଓ ଜିଲ୍ଲାସ୍ତରୀୟ ଅଧିକାରୀ ମାନଙ୍କୁ ନେଇ ଆପତ୍ତି ଅଭିଯୋଗ ଗ୍ରହଣ କରି ସମସ୍ୟାର ସମାଧାନ କରିବା ର ବ୍ୟବସ୍ଥା କରିଛନ୍ତି । କିନ୍ତୁ ତାହା କାର୍ଯ୍ୟକାରୀ ନ ହୋଇ କାଗଜ କଲମରେ ସୀମିତ ରହି ଯାଉଥିବା ବେଳେ ଜଣାଶୁଣାନି ପ୍ରହସନ ବୋଲି ଅଭିଯୋଗ ହେଉଛି । ସୋମବାର ଦିନ ବାଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ସଭାଗୃହରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ଙ୍କ ଯୁଗ୍ମ ଜଣ ଶୁଣାଣୀ କାର୍ଯ୍ୟକ୍ରମ ଅବ୍ୟବସ୍ଥା ଘେରରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳ ରୁ ବହୁତ ଲୋକେ ବିଭିନ୍ନ ସମସ୍ୟା ନେଇ ଅଭିେଯାଗ କରିବା ପାଇଁ ଆସି ନିରାସ ହୋଇ ଫେରୀ ଯାଇଥିବା ଜଣାପଡିଛି । ଉପାନ୍ତ ଅଞ୍ଚଳ ରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ରୁ ଏ ନେଇ ଜିଲ୍ଲାପାଳ ଙ୍କ ଦୃଷ୍ଟି ଗୋଚର ସକାଶେ ଅଭିଯୋଗ କରିବା ପାଇ ଆସି ନିରାଷା ରେ ଫେରିଯାଇଛନ୍ତି । ଦୁରଦୁରାନ୍ତ ରୁ ଆସିଥିବା ଲୋକେ ଗ୍ରୀଷ୍ମ ଋତୁର ଟାଣ ଖରାରେ ଖାଇବା ନ ପାଇ ଭୋକ ରେ ଛଟପଟ ହୋଉଥିବା ଅଭିଯୋଗ ହେଉଛି । ଏହି କାର୍ଯ୍ୟକ୍ରାମର ଖବର ସଂଗ୍ରହ ପାଇଁ ଯାଇଥିବା ସାମ୍ବାଦିକ ମାନଙ୍କୁ ମଧ୍ୟ ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଛି । ଲୋକ ଙ୍କ ସୁବିଧା ନିମନ୍ତେ ଗ୍ରାମାଞ୍ଚଳ ରେ କରାଯାଉଥିବା ସରକାର ଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରାମକୁ ସ୍ଥାନୀୟ ପ୍ରାସାଷନହ ବାଟବଣା କରାଯାଇ କେବଳ ଲୋକ ଦେଖା ଅଣିଆ ଢଙ୍ଗ ରେ ଜେଣ ତେଣ ପ୍ରକାରେ ସାରିଦେଇ ପ୍ରାସାଷନ ବାହା ବାହା କୁ ଜନସାଧାରଣ ରେ ଅସନ୍ତୋଷ ଦେଖାଦେଇଛି । ଅଞ୍ଚଳ ରେ ଜିଲ୍ଲାପାଳ ଙ୍କ ଜଣାଶୁଣାଣୀ ପ୍ରହସନ ବୋଲି ଚର୍ଚ୍ଚା ହେଉଛି ।