ଢେଙ୍କାନାଳ ୨୦/୦୫(ଶୁଭମ ପାଣି) –ଆଜି ପୂର୍ବାହ୍ନରେ ପୁରୁଣା ଜିଲ୍ଲା ପରିଷଦ ସଭାଗୃହରେ ମିଶନ ଶକ୍ତିଙ୍କ ସହଭାଗିତାରେ ଜଳାଶୟ ରୂପାନ୍ତରୀକରଣ ନିମନ୍ତେ ଦକ୍ଷତା ବୃଦ୍ଧି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କର୍ମଶାଳାରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଯୋଗଦେଇ, ପରିବେଶକୁ ସୁସ୍ଥ ଓ ସୁନ୍ଦର କରିବା ପାଇଁ ସହରର ସମସ୍ତ ପ୍ରମୁଖ ୧୮ ଟି ପୁଷ୍କରଣୀର ରୂପାନ୍ତରୀକରଣ କରାଯିବ ବୋଲି ପ୍ରକାଶ କରିଛନ୍ତି । ବୀନା ଠିକାଦାରୀରେ, ମିଶନ ଶକ୍ତିର ମହିଳା ସଦସ୍ୟମାନଙ୍କ ଦ୍ଵାରା ପ୍ରଥମେ ଭାଗୀରଥୀସାଗରର ସୌନ୍ଦର୍ଯ୍ୟକରଣ କରାଯାଇ ଅଦର୍ଶ ପୁଷ୍କରଣୀରେ ପରିଣତ କରାଯିବ ବୋଲି କହିଛନ୍ତି । ଢେଙ୍କାନାଳ ସହରକୁ ସୁନ୍ଦର ଏବଂ ସମୃଦ୍ଧ କରିବାକୁ ମିଶନ ଶକ୍ତିର ମା, ଭଉଣୀ ମାନେ ଉତ୍ସାହର ସହିତ ଆଗେଇ ଆସିବାକୁ ସେ ପରାମର୍ଶ ଦେଇଛନ୍ତି । ନିର୍ମଳ କରି ସହରକୁ ସରସ, ସୁନ୍ଦର କରିବାରେ ମିଶନ ଶକ୍ତିଉ ମାଆମାନେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି ବୋଲି ପୌରାଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପତ୍ର, ପୌରାଧ୍ୟକ୍ଷ ଶ୍ରୀ ପ୍ରକାଶ ଚନ୍ଦ୍ର କୁଆଁର, ପୌର ନିର୍ବାହୀ ଅଧିକାରୀ ଶ୍ରୀ ତରୁଣ କୁମାର ମହାପାତ୍ର ମତ ବ୍ୟକ୍ତ କରିଛନ୍ତି । ସମସ୍ତଙ୍କ ସହଭାଗିତା ଓ ନିଷ୍ଠାପରତା ଯୋଗୁଁ ସରକାରଙ୍କର ସମସ୍ତ ଉନ୍ନୟନ ମୂଳକ ଯୋଜନା ର ସଫଳ ରୂପାୟନ ହୋଇପାରିବ ବୋଲି ଆଶାବ୍ୟକ୍ତ କରିଛନ୍ତି |
ଜଳାଶୟ ନବୀକରଣ ୟୁନିଟର ଉପଦେଷ୍ଟା ଶ୍ରୀ ଦେବ ସୁନ୍ଦର ମହାପାତ୍ର, ସଂପୂର୍ଣ୍ଣ ସ୍ଵଚ୍ଛତା ଅଦଲମ୍ବନ କରାଯାଇ ମିଶନ ଶକ୍ତିର ମହିଳା ଗୋଷ୍ଠୀମାନଙ୍କ ଦ୍ଵାରା, ସହରାଞ୍ଚଳରେ ମୁକ୍ତା ଯୋଜନାରେ ଚଳିତ ବର୍ଷ ସୁଦ୍ଧା ସମସ୍ତ ପୋଖରୀ ଗୁଡିକର ନବୀକରଣ କରାଯିବ ବୋଲି ପ୍ରକାଶ କରିଛନ୍ତି । ଜଳ ସଂରକ୍ଷଣ, ସୌନ୍ଦର୍ଯ୍ୟ କରଣ ସହିତ ପରିବେଶ ସୁରକ୍ଷା ଉପରେ ସର୍ଦା ଗୁରୁତ୍ବ ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି । ସହରର ପୋଖରୀ ଗୁଡିକର କିପରି ନବୀକରଣ କରାଯିବ, କିପରି ଏହାର ରକ୍ଷଣାବେକ୍ଷଣ କରାଯିବ ସେ ସମ୍ପର୍କରେ ଉପସ୍ଥିତ ମହିଳା ସଦସ୍ୟମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଢେଙ୍କାନାଳ ପୌରପାଳିକା ଆନୁକୁଲ୍ୟରେ ଅନୁଷ୍ଠିତ ଏହି କର୍ମଶାଳାରେ ଷ୍ଟେଟ ମିଶନ ମ୍ୟାନେଜର ଶ୍ରୀ ମନମୋହନ ମହାରଣା ଏବଂ ସଦସ୍ୟ ଶ୍ରୀ ସ୍ମୃତି ରଞ୍ଜନ ସିଂହ ଭାଗୀରଥୀ ବିହାର ସଂଲଗ୍ନ ଅଞ୍ଚଳର ସମସ୍ତ ପାରିଷଦ, ମିଶନ ଶକ୍ତିର ସଦସ୍ୟାଗଣ ଯୋଗ ଦେଇଥିଲେ । କର୍ମଶାଳାରେ ମୁକ୍ତାର ପି.ସି. ଶ୍ରୀ ସୁବ୍ରତ କୁମାର ମହାନ୍ତି ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଏବଂ ଶେଷରେ ପୌର ଯନ୍ତ୍ରୀ ଶ୍ରୀମତୀ ରଶ୍ମିତା ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।