ଆମ ଗାଁରେ ବହୁତ ପାଣି ପାଇଁ ଅସୁବିଧା ହେଉଛି |

ପାଟଣା:(ବିଜୟ କୁମାର ମହାନ୍ତ )ଦେଶ ସ୍ଵାଧୀନତାର ଅମୃତ ମୋହଉତ୍ସ ପାଳନ ହେଉଛି।କିନ୍ତୁ ଏବେବି ଉପାନ୍ତ ଅଞ୍ଚଳରେ ପହଞ୍ଚି ପାରୁନି ମୌଳିକ ସୁବିଧା ସାମାନ୍ୟ ପାନୀୟ ଜଳ ଟିକିଏ ପାଇଁ ଚୁଆ ଉପରେ ଲୋକେ ଭରଷା କରୁଛନ୍ତି।ଏଭଳି ଦୁରାବସ୍ତା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ର ପାଟଣା ବ୍ଲକ୍ ଚାକୁଣ୍ଡାପାଳ ପଞ୍ଚାୟତ ଜଡିଚାତର ଗ୍ରାମରେ ସାହିରେ ନଳ କୂପ ରହିଥିଲେ ମଧ୍ୟ ପାଣି ବାହାରୁନଥିବା କହିଛନ୍ତି ଏସ ଏ ଜି ମହିଳା ମାନେ।
ଜାଡିଚାତର ଗ୍ରାମର୫ନଂ ୱାର୍ଡ ଓ ବାଲି ସାହି ୬ନଂ ୱାର୍ଡ ରେ ପାଖା ପାଖି୧୦୦୦ଉର୍ଦ୍ଧ ଲୋକ ବସ ବାସ କରୁଛନ୍ତି।ଉକ୍ତ ଦୁଇଟି ୱାର୍ଡ ରେ ଅନେକ ନଳ କୂପ ଅଚଳ ହୋଇ ପଡିଛି।ସେଠାକାର ଲୋକେ ନଳ କୂପ ଉପରେ ହିଁ ନିର୍ଭର କରିଥାନ୍ତି।କିନ୍ତୁ ଗାଁ ଲୋକଙ୍କ ଅଭିଯୋଗ ଅନୁଯାଇ ଗ୍ରୀଷ୍ମ ଆରମ୍ଭରୁ ହିଁ ଟାଙ୍କିରେ ପାଣି ଗୋଟେ ଦୁଇ ଗରା ପାଣି ବାହାରି ଥାଏ ବୋଲି କହିଛନ୍ତି।ଫଳରେ ଚୁଆ ପାଣି ବ୍ୟବହାର କରୁଥିବା କହିଛନ୍ତି।ଏହି ଅଭିଯୋଗ ଉପରେ ଗଣମାଧ୍ୟମ ପ୍ରତିନିଧି ବିଡ଼ିଓ ଙ୍କୁ ପଚାରିବାରୁ କେମେରା ସାମ୍ନା ରେ କିଛି କହିନଥିଲେ।ତେବେ ଏଠି ପ୍ରଶ୍ନ ଉଠୁଛି ଖରାଦିନ ଆରମ୍ଭରୁ ହିଁ ଗାଁ ଗାଁରେ ପାଣିର ସମସ୍ୟା ଦେଖାଯାଉଛି। ତେବେ ପ୍ରଶାସନିକ ଅଧିକାରୀ ଲୋକଙ୍କ ପାନୀୟ ଜଳ ସମସ୍ୟା ଉପରେ କେତେ ତତ୍ପର ଅଛନ୍ତି ? ଯାହାକି ଆଜିର ଘଟଣା କୁ ଦେଖିଲେ ଏକ ଜ୍ୱଳନ୍ତ ଉଦ୍ଦାହରଣ ସୃଷ୍ଟି କରିଛି ପାଟଣା ବ୍ଲକ ଅଞ୍ଚଳରେ।ସ୍ଥାନୀୟ ନିର୍ବାଚିତ ପ୍ରତିନିଧିଙ୍କ ଅବହେଳା ପଞ୍ଚାୟତ ଓ ବ୍ଲକ ପ୍ରଶାସନ ର ଖାମ ଖିଆଲି ମନଭାବ ଯୋଗୁଁ ପାଣି ବୁନ୍ଦାଏ ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି।