ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ଚରଣ ସେଠୀଙ୍କର ୭୯ ବର୍ଷ ବୟସରେ ପରଲୋକ ।

ଭଦ୍ରକ : ଭଦ୍ରକର ବର୍ଷିଆନ ନେତା ଅର୍ଜୁନ ଚରଣ ସେଠୀଙ୍କର ଆଜି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା। ସେ ଭୁବନେଶ୍ୱରରେ ତାଙ୍କ ସାନପୁଅଙ୍କ ପାଖରେ ରହୁଥିଲେ। ଚେୟା୍ରରେ ବସିଥିବା ବେଳେ ହଠାତ ମୁଣ୍ଡ ଘୂରେଇ ଦେବାରୁ ତଳେ ପଡିଯାଇଥିଲେ। ତାଙ୍କୁ ଭୁବନେଶ୍ଵରର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ସୂଚନାଯୋଗ୍ୟ ଭଦ୍ରକ ଲୋକସଭା ଆସନରୁ ୮ ଥର ନିର୍ବାଚିତ ହୋଇଥିଲେ। ଦୁଇଥର ଭଣ୍ଡାରିପୋଖରୀ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ବାଜପେୟୀଙ୍କ ସରକାରରେ ୨୦୦୦ ରୁ ୨୦୦୪ ମସିହା ପର୍ଯ୍ୟନ୍ତ ଥିଲେ ଜଳସମ୍ପଦ ମନ୍ତ୍ରୀ। ଗତ ନିର୍ବାଚନରେ ସେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ। ।