ବାଲିଆପାଳ -(ଚନ୍ଦନ ଅଣ୍ଡିଆ )ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜନ୍ମ ଜୟନ୍ତି ଉପଲଖେ ବସ୍ତା ନିର୍ବାଚନ ମଣ୍ଡଳୀର ବାଲିଆପାଳ ବ୍ଲକ ବାଲିଆପାଳ ଡାକ ବଙ୍ଗଳା ଠାରେ ବିଜେଡି ର ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି । ଆଜି ମହିଳା ସମାବେଶ ରେ ସଭାପତି ଭାବରେ ସଭା ପରିଚାଳନା କରିଥିଲେ ବସ୍ତା ବ୍ଲକ ର ୧୪ ନଂ ଜୋନ୍ ର ଜିଲ୍ଲା ପରିଷଦ ସଦସ୍ଯା ବିଷ୍ଣୁପ୍ରିୟା ବୁଗୁଡି ।ଏହି ମହିଳା ସମାବେଶରେ ବସ୍ତା ବିଧାୟକ ନିତ୍ଯାନନ୍ଦ ସାହୁ , ବାଲିଆପାଳ ବ୍ଲକ ର ବିଜେଡି ନେତା ତଥା ପୂର୍ବତନ ଜିଲ୍ଲା ପରିଷଦ ରବିନ୍ଦ୍ର ନାଥ ଅଣ୍ଡିଆ , ବିଜେଡି ନେତା ଭଙ୍ଗବାନ ଗିରି , ବିଜେଡି ନେତା ମହାଦେବ ଦାସ , ବିଜେଡି ନେତା ଶରତ ପ୍ରଧାନ , ବିଷ୍ଣୁପୁର ସରପଞ୍ଚ ତଥା ବ୍ଲକ ବିଜେଡି ସେଲ୍ ସଭାପତି ମହେଶ୍ବର ଜେନା , ବାଲିଆପାଳ ସରପଞ୍ଚ ବନଲତା ଦାସ , ମଧୁପୂରା ସରପଞ୍ଚ ଗୀତାରାଣୀ ମାହାନା, ଦେଭୋଗ , ଅସ୍ତି ସମିତି ସଦସ୍ଯ , ବିଜେଡି ନେତା ମୁତ୍ଯୁଞ୍ଜୟ ନାୟକ , ଘଣ୍ଟୁଆ ସରପଞ୍ଚ ସୁଶିଲ୍ ପ୍ରଧାନ, ବିଜେଡି ଯୁବ ନେତା ଲମ୍ବୋଧର ମାହାନା , ପୂର୍ବତନ ଯୁବ ସଭାପତି ସଞ୍ଜୟ ପ୍ରଧାନ , ପୂର୍ବତନ ଛାତ୍ର ସଭାପତି, ନିଖିରା ସରପଞ୍ଚ ଅଞ୍ଜନ ଗିରି , ବିଜେଡି ନେତା ହାଡିବନ୍ଧୁ ଜେନା , ପ୍ରତ୍ଯେକ ଗ୍ରାମ ପଞ୍ଚାୟତ ବିଜୁ ଜନତା ଦଳର ମହିଳା ସଭାପତି , ସରପଞ୍ଚ , ସମିତି ସଦସ୍ଯ ଏବଂ ଏସ ଜି ଗ୍ରୁପ ର ମହିଳା ମାନେ ଯୋଗ ଦେଇ ଦଳର ସୁପ୍ରିମ ତଥା ମୁଖ୍ଯାମତ୍ନୀ ନବୀନ ପଟ୍ଟନାୟକ ରାଜ୍ଯରେ ମହିଳା ମାନଙ୍କୁ ଆଗକୁ ଆଗେଇବାର ଯେଉଁ ପ୍ରଚେଷ୍ଟା କରିଛନ୍ତି ତାହାକୁ ସମସ୍ତେ ସ୍ବାଗତ କରିଥିଲେ ।ଏହା ସତ୍ବେ ନାରୀ ଆଜି ବି ଅବଳା ଦୁର୍ବଳା ଭାବରେ ରହିଆସୁଥିବା ବେଳେ ସର୍ବଦା ଅନ୍ଯ ଉପରେ ନିର୍ଭର କରିଥାନ୍ତି ।ତେବେ ନାରୀ ମାନଙ୍କୁ ସଶକ୍ତି କରଣ କରିବାକୁ ବିଜୁ ବାବୁ ଙ୍କର ସ୍ବପ୍ନ କୁ ନବୀନ ପଟ୍ଟ ନାୟକ ସାକାର କରି ଦେଖାଇଛନ୍ତି ।ବିଜୁ ଜନତା ଦଳ ମା ମାନଙ୍କର ଵଳ।ତେଣୁ ସମାଜରେ ମା ମାନଙ୍କୁ ଆହୁରି ଅଧିକ ସଶକ୍ତି କରଣ ହେବାକୁ ହେଲେ ପୁଣିଥିରେ ମାନନୀୟ ମୁଖ୍ଯମତ୍ନୀ ଙ୍କୁ ଶାସନ ଗାଦିରେ ବସାଇବାକୁ ଆହ୍ବାନ ଦେଇଥିଲେ ଏହି ମହିଳା ସମାବେଶ ଙ୍କୁ ବସ୍ତା ବିଧାୟକ ନିର୍ଦ୍ଦେଶରେ ଆୟୋଜନ କରିବାର ସମସ୍ତ ଦାଇତ୍ବ ନେଇଥିବା ବାଲିଆପାଳ ବ୍ଲକ ର ସେଇ ଜନ ଦରଦି ନେତା ତଥା ପୂର୍ବତନ ଜିଲ୍ଲ୍ଲା ପରିଷଦ ରବିନ୍ଦ୍ରନାଥ ଅଣ୍ଡିଆ ଆହ୍ବାନ ଦେଇଥିଲେ ମା ମାନଙ୍କୁ ପୁଣି ଥରେ ୨୦୨୪ ରେ ଆମ ପ୍ରିୟ ମୁଖ୍ଯାମତ୍ନୀ ଙ୍କୁ ଷଷ୍ଠ ଥର ପାଇଁ ମୁଖ୍ଯାମତ୍ନୀ ଗାଦିରେ ବସାଇବାକୁ ସମସ୍ତଙ୍କୁ କହିଥିଲେ ।
ବାଲେଶ୍ୱର ଜିଲ୍ଲା ବାଲିଆପାଳ ରୁ ଚନ୍ଦନ ଅଣ୍ଡିଆ