ଛୋଟ ପିଲା ହେଲେ ମଧ୍ୟ ଦେଉଛନ୍ତି ବଡ ବାର୍ତ୍ତା |

ଭଦ୍ରକ :-ବୟସ ସିନା କମ୍ ହେଲେ ସମାଜ କୁ ଦେଉଚ୍ଚନ୍ତି ବଡ ବାର୍ତ୍ତା, ଆଜ୍ଞା ହଁ ଆମେ କହୁଛୁ ମଧ୍ଯ ପ୍ରଦେଶ ର ହର୍ଷିତ ପଣ୍ଡିତ ଙ୍କ କଥା, ମାତ୍ର ୧୭ ବର୍ଷ ବୟସ ରେ ଦୌଡ଼ୁଛନ୍ତି ୬୦୦୦ କିମି, ପିଲାମାନେ ମୋବାଇଲ୍ ଛାଡ଼ି କିଛି କରନ୍ତୁ ଓ ଫିଟ୍ ରୁହନ୍ତୁ ବୋଲି ବାର୍ତ୍ତା ଦେଉଛନ୍ତି,ଦଶମ ଶ୍ରେଣୀରେ ପଢ଼ୁଥିବା ହାର୍ଷିତ ଗତ ଜାନୁୟାରୀ ୧ ରୁ ଦିଲ୍ଲୀ ରୁ ବାହାରି ପରେ ଚେନ୍ନାଇ, କୋଲକତା ପରେ ଦିଲ୍ଲୀ ଯିବେ, ତାଙ୍କର ଏହି ଭିତରେ ସେ ୬୦୦୦ କିମି ଦୌଡ଼ିବେ ବୋଲି କହିଛନ୍ତି ଓ ଗିନିଜ ବୁକ୍ ରେ ନିଜ ନାମ ଅର୍ଜନ କରିବେ ବୋଲି କହିଛନ୍ତି, ତେବେ ଏ ପର୍ଯ୍ୟନ୍ତ ସେ ୪୩୦୦ ଶହ କିମି ଅତିକ୍ରମ କରିସାରିଥିବା କହିଛନ୍ତି , ଆଗମୀ ଦିନରେ ସେ ୬୦୦୦ କିମି ଅତିକ୍ରମ କରି ଗିନିଜ ବୁକ୍ ରେ ସ୍ଥାନ ପାଇବେ ବୋଲି କହିଛନ୍ତି |