ଅନିର୍ଦ୍ଦିଷ୍ଟ କାଳ ଡ୍ରାଇଭର ମହାସଙ୍ଘ୍ ଅଖ ଚକ ବନ୍ଦ ଡାକରା ଦେଇଛନ୍ତି

ରାୟଗଡ଼ା(ପ୍ରଫୁଲ୍ଲ କୁମାର ବେହେରା): ଓଡ଼ିଶା ଡ଼୍ରାଇଭର ସଂଘ୍ ର ନିର୍ଦ୍ଦେଶ କ୍ରମେ ରାୟଗଡା ଜିଲ୍ଲା ଡ଼୍ରାଇଭର ମାନେ ଅନିର୍ଦ୍ଦିଷ୍ଟ କାଳ ଧର୍ମଘଟ ଡାକରା ଦେଇଛନ୍ତି। ପୂର୍ବ ନିର୍ଦ୍ଧାରିତ ମାର୍ଚ୍ଚ ୧୫ ଦିନ ୧୦ ଦଫାଦାବି ଗୁଡ଼ିକ ନେଇ ଷ୍ଟିରିଙ୍ଗ ଛାଡ଼ ଆନ୍ଦୋଳନରେ ଡ୍ରାଇଭର ମହା ସଙ୍ଘ କର୍ମ କର୍ତ୍ତା ମାନେ ପ୍ରତ୍ୟେକ ବ୍ଲକ, ତହସିଲ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ଦେଉଛନ୍ତି। ଜରୁରୀକାଳୀନ ସେବା ଗୁଡିକ ହେଲା ଆମ୍ବୁଲାନ୍ସ, ଅଗ୍ନୀଶ୍ରମ, ସାମ୍ବାଦିକ , ପ୍ରଶାନିକ ଇତ୍ୟାଦି ଅବ୍ୟାହତ ରହିବ। ୧୦ ଦଫା ଦାବି ଗୁଡ଼ିକ ହେଲା ଡ଼୍ରାଇଭର ମାନଙ୍କୁ ସମାଜ ସୁରକ୍ଷା ଯୋଗାଇ ଦେବା, ପ୍ରତ୍ୟେକ ୧୦୦ କିଲୋ ମିଟର ବ୍ୟବଧାନ ରେ ବିଶ୍ରାମ ଗାର ଓ ପାର୍କିଂ ସ୍ଥଳ , ୫୫ ବୟସ ଉର୍ଦ୍ଧ୍ବ ଡ଼୍ରାଇଭର ମାନଙ୍କୁ ପେନସନ ବ୍ୟବସ୍ଥା ଯୋଗାଇ ଦିଆଯାଉ, ଦୁର୍ଘଟଣା ରେ ମୁତ୍ୟୁ ବରଣ କରିଥିବା ଡ଼୍ରାଇଭର ମାନଙ୍କୁ ୨୦ଲକ୍ଷ ବିମାରାସୀ, ଅକର୍ମଣ୍ୟ ଡ୍ରାଇଭର ମାନଙ୍କୁ ୧୫ ଲକ୍ଷ ଟଙ୍କା ବିମାରାଶି ପ୍ରଦାନ କରାଯାଉ, ଡ଼୍ରାଇଭର ମାନଙ୍କୁ ସୈନିକ ମାନ୍ୟତା ଦିଆଯାଉ, ଡ଼୍ରାଇଭର ମାନଙ୍କ ପିଲାମାନଙ୍କୁ ଉଚ୍ଚ ଶିକ୍ଷା ବ୍ୟବସ୍ଥା କରାଯାଉ, ପ୍ରଶାସନ ତରଫରୁ ଡ଼୍ରାଇଭର ମାନଙ୍କୁ ରଜ ରାସ୍ତା ରେ ହଇରାଣ କରା ନ ଯାଉ ଇତ୍ୟାଦି ବିଷୟରେ ସରକାର ନିକଟରେ ନିବେଦନ କରି ଥିଲେ ସରକାର ତରଫରୁ କୌଣସି ଆଶ୍ଵସନା ନ ମିଳିବାରୁ ଗଣ ଧାରଣା ଦେଉଛୁ ବୋଲି କହିଥିଲେ।