ସାତବର୍ଷରୁ ଉର୍ଦ୍ଧ ହୋଇଗଲା ବାରଖମା କଲ୍ୟାଣ ମଣ୍ଡପ କାମ ଅଧପନ୍ତରିଆ: ପ୍ରଶାସନର ଦୃଷ୍ଟି ପଡୁ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ବାରଖମା ପଞ୍ଚାୟତ ଠାରେ ବ୍ଲକ ପ୍ରଶାସନ ଦ୍ୱାରା ଏକ ବିଜୁ କଲ୍ୟାଣ ମଣ୍ଡପ କାର୍ଯ୍ୟ ଆରମ୍ଭ ହୋଇଥିଲା କିନ୍ତୁ ଏହି କାମ ଅଧପନ୍ତରିଆରେ ପଡିରହିଛି ସାତ ବର୍ଷରୁ ଉର୍ଦ୍ଧ ସମୟ ହୋଇଗଲାଣି । ସୁଚନାରୁ ପ୍ରକାଶ ଯେ ବାରଖମା ବନ୍ଧ ନିକଟରେ ବାଲିଗୁଡା ବ୍ଲକ ଦ୍ୱାରା ୩୫ଲକ୍ଷ ଟଙ୍କା ବ୍ୟୟରେ ଏକ ବିଜୁ କଲ୍ୟାଣ ମଣ୍ଡପ କରାଯିବା ପସ୍ତାବ ଗୃହିତ ହୋଇଥିଲା ଏବଂ ଏହି କାର୍ଯ୍ୟ ଗତ ୨୦୧୬-୧୭ ମସିହା ଆର୍ଥିକ ବର୍ଷରେ କାମ ଆରମ୍ଭ ହୋଇଥିଲା । ଏହି କାମ ହେବାର ଦେଖି ବାରଖମା ତଥା ଆଖପାଖ ଅଂଚଳର ବାସିନ୍ଦା ଭାରି ଖୁସି ହୋଇଥିଲେ । ଯେ ସେମାନଙ୍କର ବିବାହ,ବ୍ରତ,ସଭାସମିତି ଆଦି ନାନା କାର୍ଯ୍ୟରେ ଏହି କଲ୍ୟାଣ ମଣ୍ଡପ କାମରେ ଲାଗିବ । କିନ୍ତୁ ଅଂଚଳ ବାସିନ୍ଦାଙ୍କ ସ୍ୱପ୍ନ ଅଧାରେ ରହିଗଲା । ଏହି କାର୍ଯ୍ୟ ଆରମ୍ଭ ହୋଇ ଇଟା ଉଠି ଛାତ ପଡିବା ଲେବେଲ ପର୍ଯ୍ୟନ୍ତ ଯାଇଛି କିନ୍ତୁ ତାପର ଠାରୁ କାମ ବନ୍ଦ ହୋଇ୍‌ଯାଇଛି । ଯାହାକି ଛାତ ପଡିପାରିନାହିଁ । ପାଖାପାଖି ୩୫ ଲକ୍ଷ ଅଟକଳ ମୁଲ୍ୟରୁ ୩୦ ଲକ୍ଷ ଟଙ୍କା ସରିଯାଇଛି କିନ୍ତୁ ଛାତପଡି ପାରିନାହିଁ ।ଅଧପନ୍ତରିଆ ହୋଇପଡିରହିଛି । ପାଖାପାଖି ୭ବର୍ଷ ରୁ ଅଧିକ ସମୟ ହୋଇଗଲାଣି କିନ୍ତୁ କାମ ହୋଇପାରୁନାହିଁ । ଏହି ବାବଦରେ ଅଂଚଳବାସୀ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହେଲେବି କିଛି ଶୁଣୁନହାନ୍ତି । ଅଂଚଳବାସୀ ସଂପୃକ୍ତ ଠିକାଦାରଙ୍କୁ ପଚାରିବାରୁ ସେମାନେ କହିଛନ୍ତି ଯେ ବ୍ଲକର ଭୁଲପାଇଁ ଏହି କାମ ହୋଇପାରୁନାହିଁ । ଏହି ବାବଦରେ ବାଲିଗୁଡା ବିଡିଓ ଶଶାଙ୍କ ଶେଖର ପାତ୍ରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ରେ ୫ଲକ୍ଷଟଙ୍କା ରଖାଯାଇଛି ଯଦି ଏତିକିରେ କାମ ନସରିବ ତେବେ ଅଧିକ ଟଙ୍କା ଖର୍ଚ୍ଚ କରାଯିବ ବୋଲି କହିଛନ୍ତି ।