ଅବସର ପ୍ରାପ୍ତ ରାଜସ୍ବ କର୍ମଚାରୀ ଙ୍କ ପରଲୋକ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ କାର୍ଯ୍ୟ କରିଥିବା ଅବସର ପ୍ରାପ୍ତ ରାଜସ୍ବ କର୍ମଚାରୀ ମଦନ ମୋହନ ଦୋରା (୮୭)ଙ୍କ ପରଲୋକ ଘଟିଛି l ଖବର ପାଇବା ପରେ ସମଗ୍ର ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଥିଲା l ସେ କିଛି ଦିନ ହେଲା ବାର୍ଦ୍ଧକ୍ୟ ଜନିତ ଅସୁସ୍ଥ ଥିଲେ l ଅବସର ପରେ ବାଲିଗୁଡା ଜଗନ୍ନାଥ ମନ୍ଦିର ପୂର୍ବତନ ପରିଚାଳନା ଟ୍ରଷ୍ଟ ର ଉପଦେଷ୍ଟା ପଦ ସହ ବିଭିନ୍ନ ସ୍ଥାନରେ ସଦସ୍ୟ ରହି ସଫଳତାର ସହ କାର୍ଯ୍ୟ ସମ୍ପାଦନା କରି ସମସ୍ତଙ୍କ ପ୍ରିୟଭାଜନ ହୋଇ ପାରିଥିଲେ l ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତିନି ପୁଅ ରଞ୍ଜନ, ଲିଟନ, ଆଲୋକ ଏବଂ ଦୁଇ ଝିଅ ନଳିନୀ, ସରୋଜିନୀ, ବୋହୁ, ନାତି, ନାତୁଣୀ ତଥା ବନ୍ଧୁ ବାନ୍ଧବ ଓ ପରିବାର ବର୍ଗ ଙ୍କ ସମେତ ବହୁ ଆତ୍ମୀୟ ସ୍ୱଜନ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ l ତାଙ୍କ ମର ଶରୀରକୁ ସ୍ଥାନୀୟ ସ୍ମଶାନରେ ଶେଷକୃତ୍ୟ ସମାପନ କରାଯାଇଥିଲା