ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନମେଳା

ଢେଙ୍କାନାଳ,(ଶୁଭମ ପାଣି) : ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷଡ଼ଙ୍ଗୀ ରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନମେଳା ବିଦ୍ୟାଳୟ ର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ହରିହର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓ ବିଦ୍ୟାଳୟ ର ସ୍ନାତକ ଶିକ୍ଷକ ବିଜୟ କୁମାର ବରାଳ ଶିକ୍ଷକ ରବିନାରାୟଣ ବେହେରା ଶିକ୍ଷୟିତ୍ରୀ ମଧୁମିତା ପ୍ରଧାନ ଙ୍କ ସହଯୋଗ ରେ ଡିସେମ୍ବର ମାସ ଏକ ତାରିଖରେ ଅନୁଷ୍ଠିତ ହୋଇଯାଇଅଛି। ଏହି ମେଳାରେ ଶିଶୁ ବୈଜ୍ଞାନିକ ଆୟୁଷ୍ମାନ ମିଶ୍ର ବାୟୁ ପ୍ରଦୂଷଣ ଓ ଶିଶୁ ବୈଜ୍ଞାନିକ ସୋମ୍ୟରଞ୍ଜନ ସାମଲ ବର୍ଷା ଜଳ ସଂରକ୍ଷଣ ଉପରେ ବିଜ୍ଞାନ ପ୍ରକଳ୍ପପ୍ରଦର୍ଶନ କରିଥିଲେ। ଉଭୟ ପ୍ରକଳ୍ପ ମୂଲ୍ୟାୟନ କରାଯାଇଥିଲା। ବିଦ୍ୟାଳୟ ତରଫରୁ ଉଭୟ ଶିଶୁ ବୈଜ୍ଞାନିକ ମାନଙ୍କୁ ସାଧାରଣ ତନ୍ତ୍ର ଦିବସରେ ପୁରସ୍କୃତ କରାଯିବ ବୋଲି ପ୍ରଧାନ ଶିକ୍ଷକ ଶ୍ରୀ ସାହୁ ପ୍ରକାଶ କରିଛନ୍ତି। ଆୟୁଷ୍ମାନ ମିଶ୍ର ଙ୍କ ପ୍ରକଳ୍ପ ବ୍ଳକ ସ୍ତରକୁ ମନୋନୀତ କରାଯାଇଥିଲା। ଆସନ୍ତା କାଲି ଶ୍ରୀ ମିଶ୍ର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ବିଶ୍ବନାଥ ପୁର କୁ ନେବ ବୋଲି ପ୍ରଧାନ ଶିକ୍ଷକ ଶ୍ରୀ ସାହୁ ପ୍ରକାଶ କରିଛନ୍ତି ।