ଢ଼େଙ୍କାନାଳ,(ଶୁଭମ ପାଣି) : ଢ଼େଙ୍କାନାଳ ଗାନ୍ଧୀ ମନ୍ଦିର ରୋଡ ସ୍ଥିତ ମା ତାରିଣୀଙ୍କର ପୀଠରେ ଆଜି ବିଛା ସଂକ୍ରାନ୍ତି ଓ ପ୍ରଥମାଷ୍ଟମୀ ଥିବାରୁ ବିଶେଷ ପୂଜା ମାଙ୍କୁ କରାଯାଇଥିଲା। ପ୍ରାତଃ ରୁ ମଙ୍ଗଳ ଆଳତି, ମହାସ୍ନାନ, ନୂତନ ବସ୍ତ୍ର ପରିଧାନ, ବିଭିନ୍ନ ଫୁଲ ହାରରେ ମାଙ୍କୁ ସୁସଜ୍ଜିତ କରାଯାଇଥିଲା। ବିଭିନ୍ନ ଭୋଗ ରାଗ ମାଙ୍କ ପାଖରେ ଲାଗି କରାଯାଇଥିଲା। ମଧ୍ୟାହ୍ନ ସମୟରେ ହୋମ, ସନ୍ଧ୍ୟାବେଳେ ଆଳତୀ ଓ ତାପରେ ପହଡ଼ ପଡ଼ିଥିଲା