ନାଇଟ ପେଟ୍ରଲିଙ୍ଗ ସମୟରେ ଟିକିରି ବନ ବିଭାଗ ଦ୍ଵାରା ଚୋରା ଚାଲାଣ ହେଉଥିବା ମାଙ୍ଗାନିଜ ବୋଝେଇ ପିକପ ଭ୍ୟାନ ସହ ଦୁଇ ଜଣ ଗିରଫ ।

କାଶିପୁର,(ପ୍ରଫୁଲ୍ଲ କୁମାର ବେହେରା) : ରାୟଗଡା ଜିଲ୍ଲା କାଶିପୁର ବ୍ଲକ ମାଳି ପର୍ବତରେ ଖଣିଜ ସମ୍ପଦରେ ଭରା ଅଞ୍ଚଳ ଭାବେ ପରିଚିତ। ଏଠାରେ ବକସାଇଟ, ମାଙ୍ଗାନିଜ, ଗ୍ରାଫାଇଟ ଇତ୍ୟାଦି ଖଣିଜ ଭରପୁର ରୁପେ ରହିଅଛି। କଡିଙ୍ଗା ମାଳି, ଶାଶୁବହୁମାଳି ରେ ବକସାଇଟ ରହିଥିବା ବେଳେ ଛୋଟ ବଡ ପାହାଡରେ ମାଙ୍ଗାନିଜ, ଗ୍ରାଫାଇଟ ଓ ଅନ୍ୟାନ ଖଣିଜ ରହିଅଛି।ଲେଲିଗୁମା ରିର୍ଜବ ଜଙ୍ଗଲ ଅଧିନରେ ନିଶିଖାଲ ଅଞ୍ଚଳରେ ଓଡିଶା ଖଣି ନିଗମ ରୁ ଖଣି ଉତ୍ତଳନ କରୁଥିଲା ହେଲେ କିଛି ବର୍ଷ ଖଣି ଖନନ ବନ୍ଦ ଅଛି । ସରକାର ଙ୍କ ଖାମଖିଆଲି ନିତି ଯୋଗୁଁ ଖଣିଜ ପଥର ଗୁଡିକ ଏଣେତେଣେ ପଡିରହିଛି। ଯାହା ଫଳରେ ଖଣି ମାଫିଆ ଙ୍କ ଲୋଲୁପ ଦୃଷ୍ଟି ପଡି ମୂଲ୍ୟବାନ ଖଣିଜ ପଥର ଗୁଡିକ ଚୋରା ଚାଲାଣ ହେଉଛି। କୈାଣଷି ସୂତ୍ରରୁ ଖବର ପାଇ ବନାଞ୍ଚଳ ଅଧିକାରୀ ଦିବ୍ୟାମାଧୁରି ସେଠି ଙ୍କ ନିର୍ଦଶରେ ଲେଲିଗୁମା ବନପାଳ ୟେରେକେନା ସବର ବନରକ୍ଷୀ ନିରଞ୍ଜନ ସାରକା, ଜଗତ ମହୋନ ସାହୁ ଗୋଉତ୍ତମ ପଣ୍ଡା, ଏବଂ ପାରାଗାର୍ଡ ଓ ଆଣ୍ଟିସ୍ମଗ୍ଲି ସ୍କ୍ବାଡ ପେଟ୍ରଲିଂ କରିବା ସମୟରେ ଚୋରା ମାଙ୍ଗାନିଜ ପଥର ବୋଝେଇ ପିକବ୍ ଭ୍ୟାନ୍ ସହ ଦୁଇ ଜଣ ଙ୍କୁ ଗିରଫ କରିଛନ୍ତି। ଉକ୍ତ ଗାଡିର ନମ୍ବର ହେଉଛି‌ AP35V8891 । ଏହି ପରି ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ଚୋରା ଚାଲାଣ ହେଉଥିବା ଗାଡ଼ି କୁ ଜବତ କରୁଛନ୍ତି । କେବେ ବାଲି ବୋଝେଇ ଗାଡ଼ି ତୋ କେବେ ଲୁହାପଥର ବୋଝେଇ ଗାଡ଼ି ଆଉ କେବେ କାଠ ପଟା ଏହି ପରି ବିଭିନ୍ନ ପ୍ରକାରର ଚୋରା ଚାଲାଣ ଗାଡ଼ି କୁ ଜବତ କରି ଟିକିରି ବନା ଅଞ୍ଚଳ ଅଧିକାରୀ ଦିବ୍ୟାମାଧୁରୀ ସେଠି ଏବେ ଚର୍ଚ୍ଚାରେ ରହିଛନ୍ତି।