ଓଡିଶା ପ୍ରଶାସନିକ ସେବାରେ ହାବାକ ଉଚ୍ଚ ବିଦ୍ୟାଳୟର ଗୌରବ ସବ୍ୟସାଚୀ ସାହୁ

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି. ଉଦୟଗିରି ସ୍ଥିତ ହାବାକ ଉଚ୍ଚ ବିଦ୍ୟାଳୟର ଗୌରବ ସାଜିଛନ୍ତି ସବ୍ୟସାଚୀ ସାହୁ । ଓଡିଶା ପ୍ରଶାସନିକ ସେବାରେ ୫୩ ସ୍ତରରେ ରହିଛନ୍ତି ସବ୍ୟସାଚୀ । କନ୍ଧମାଳ ଜିଲ୍ଲା ବଣ ଜଙ୍ଗଲ ଘେରା ଟିକାବାଲି ବ୍ଲକର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ସାହୁ ଓ ଟିକାବାଲି ବ୍ଲକ ଅନ୍ତର୍ଗତ ସଲପ ଗାଁ ବିଦ୍ୟାଳୟରେ କାର୍ଯ୍ୟରତ ପ୍ରଧାନ ଶିକ୍ଷୟିତ୍ରୀ ସୁଧାରାଣି ସାହୁଙ୍କ ପୁତ୍ର ସବ୍ୟସାଚୀ । ପ୍ରଥମରୁ ସପ୍ତମ ସରସ୍ଵତୀ ଶିଶୁ ମନ୍ଦିରର ଜି.ଉଦୟଗିରିରେ ଅଧ୍ୟୟନ ପରେ ଅଷ୍ଟମ ରୁ ଦଶମ ପର୍ଯ୍ୟନ୍ତ ହବାକ ଉଚ୍ଚ ବିଦ୍ୟାଳୟରେ, +୨ନୀଳକଣ୍ଠ ନଗର ବ୍ରହ୍ମପୁର, ବିଏସସିଏଜି,ଓୟୁଏଟି ଭୁବନେଶ୍ବର, ଏମଏସସିଏଜି ରାୟପୁର ଓ ପିଏଚଡି ଉତ୍ତରାଖଣ୍ଡର ପନ୍ଥରେ ଅଧ୍ୟୟନ କରିଛନ୍ତି। ଓଡିଶା ପ୍ରଶାସନିକ ସେବାରେ ୫୩ସ୍ତରରେ ଥାଇ କନ୍ଧମାଳ ଜିଲ୍ଲା ହାବାକ୍ ଉଚ୍ଚ ବିଦ୍ୟାଳୟ ର ଗୌରବ ବୃଦ୍ଧି କରାଇଥିବା ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ମିଶ୍ର ସୂଚନା ଦେଇଛନ୍ତି।