କଡିପାରି ଆଶ୍ରମ ସ୍କୁଲ ଛାତ୍ରର ମୃତ୍ଯୁ: ପରିବାର ପକ୍ଷରୁ ଚିକିତ୍ସାରେ ଅବହେଳା ଅଭିଯୋଗ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଗୋଛାପଡା ଥାନା ଅନ୍ତର୍ଗତ କଡିପାରି ଆଶ୍ରମ ସ୍କୁଲ ର ଜଣେ ଷଷ୍ଠ ଶ୍ରେଣୀର ଛାତ୍ର ଙ୍କ ମୃତ୍ଯୁ ଘଟିଛି l ମୃତ୍ଯୁ ବରଣ କରିଥିବା ଛାତ୍ରଜଣଙ୍କ ହେଉଛନ୍ତି ଗୋଛପଡା ଟିଙ୍ଗିରିଟିକା ଗ୍ରାମର ବଡା କହଁରଙ୍କ ୧୧ ବର୍ଷର ପୁଅ ଜଗା କହଁର । ମୃତ୍ଯୁର ପ୍ରକୃତ କାରଣ ଜଣା ପଡିନଥିବାବେଳେ ଫୁଲବାଣୀ ମେଡିକାଲ ରେ ପହଂଚିଵା ପୂର୍ବରୁ ଛାତ୍ରର ମୃତ୍ଯୁ ହୋଇସାରିଥିଵା କୁହାଯାଉଛି l ତେଵେ,ସମ୍ପୃକ୍ତ ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ର ଅସୁସ୍ଥ ଥିବା ଜାଣିବା ପରେଚିକିତ୍ସା ପାଇଁ ପ୍ରଥମେ ଗୋଛାପଡା ଡାକ୍ତର ଖାନା ରେ ଭର୍ତ୍ତି କରିଥିଲେ ଓ ଅବସ୍ଥା ଗୁରୁତର ହେବାରୁ ତାକୁ ଆମ୍ବୁଲାନ୍ସ ଯୋଗେ ଫୁଲବାଣୀ ସଦରମହକୁମା ଡାକ୍ତର ଖାନାରେ ଭର୍ତ୍ତୀ କରାଯାଇଥିଲା l ତେବେ ସେଠାରେ ଡାକ୍ତର ମୃତ୍ଯୁ ଘୋଷଣା କରିଥିଲେ l ଚିକିତ୍ସା ରେ ଅବହେଳା ଯୋଗୁଁ ଛାତ୍ର ର ମୃତ୍ଯୁ ଘଟିଥିବା ମୃତ ଛାତ୍ର ର ବାପା ବଡା କହଁର ଅଭିଯୋଗ କରିବା ସହ ଏକ ନିରପେକ୍ଷ ତଦନ୍ତ କରିବା ପାଇଁ ଦାବୀ କରିଛନ୍ତି l