ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):ପାଣିରେ ପଡିଲା ସରକାରଙ୍କ ଲକ୍ଷାଧିକ ଟଙ୍କା ର କାମ | ଗୋଟିଏ ରାତିର ବର୍ଷା ରେ ପାଚେରୀ ଭୁଶୁଡିଲା ଏହିଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି, କନ୍ଧମାଳ ଜିଲ୍ଲା ବାଲିଗୁଡା ବସଷ୍ଟାଣ୍ଡ ନିକଟରେ ଥିବା ଆଦର୍ଶ ପୋଖରୀ ପାଖରେ |ଏନ.ଏ.ସି ସୌନ୍ଦର୍ଯ୍ୟ କରଣ ପାଇଁ ପୋଖରୀର ଚତୁଃପାର୍ଶ୍ଵ ରେ ଗତ ବର୍ଷ ପାଚେରୀ ନିର୍ମାଣ କରାଯାଇଥିଲା ଗତ ରାତିର ଗୋଟିଏ ବର୍ଷାରେ ପାଚେରୀ ଧୋଇ ନେଇଛି | ବର୍ଷେ ନପୂରୁଣୁ ପାଚେରୀ ଭାଙ୍ଗିଥିବା ଯୋଗୁଁ ଏହା ଅତି ନିମ୍ନ ମାନର ହୋଇଥିବା ଯୋଗୁଁ ଏକ ନିରପେକ୍ଷ ତଦନ୍ତ କରିବା ପାଇଁ ବୁଦ୍ଧିଜୀବୀ ମହଲରୁ ଦାବୀ ହୋଇଛି l