ନିଶା ନିବାରଣ ସଚେତନତା ଶୋଭାଯାତ୍ରା ଆଜି ଅନୁଷ୍ଠିତ ହୋଇଯାଇଛି।

ଢେଙ୍କାନାଳ,(ଶୁଭମ ପାଣି) : ଆଜି ସାରା ପୃଥିବିରେ ଜୁନ୍ ମାସ ୨୬ ତାରିଖକୁ ଆନ୍ତର୍ଜାତିକ ନିଶା ନିବାରଣ ଅପବ୍ୟବହାର ଦିବସ ରୂପେ ପାଳନ କରାଯାଉଛି । ଏହି ଅବସରରେ ଢେଙ୍କାନାଳ ମିନି ଷ୍ଟାଡିୟମ ଠାରୁ ପୁରୁଣା ଜିଲ୍ଲାପରିଷଦ ସଭାଗୃହ ଯାଏ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସରୋଜ କୁମାର ସେଠୀ ଏହି ଶୋଭାଯାତ୍ରାକୁ ଉଦ୍ ଘାଟନ କରିଥିଲେ । ସେଠାରେ ଏକ ସାଧାରଣ ସଭା କରାଯାଇ ନିଶା ସେବନର ଭୟାଭୟ ଉପରେ ଆଲୋଚନା କରାଯାଇଥିଲା ଓ ଯୁବ ସମାଜକୁ ଏହି ନିଶା ସେବନରୁ ଦୁରେଇ ରହିବା ପାଇଁ ସଚେତନତା କରାଯାଇଥିଲା ।


ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷ ଲୋଗାନୟାଗ. ଦିବ୍ୟା.ଭି, ଅବକାରୀ ବିଭାଗ( ଡେପୁଟି ସୁପରିଟେଣ୍ଟ ) ଶ୍ରୀମତି ସିତାରାଣୀ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ପାଳ ଉଦୟ କୁମାର ମହାପାତ୍ର, ଢେଙ୍କାନାଳ ସ୍ଵଂୟ ଶାଶିତ ବିଦ୍ୟାଳୟର ଦେବରାଜ ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧିକାରି ଅଶୋକ କୁମାର ଦାଶ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ସୌଦାମିନ ସାହୁ ବିଭିନ୍ନ ବିଭାଗୀୟ ଅଧିକାରୀ ଆରକ୍ଷୀ କର୍ମ କର୍ତ୍ତା ତ ସ୍ଵେଚ୍ଛ। ସେବି ଅନୁଷ୍ଠାନ ଐରା,ଶୁଭମ୍ , ଚେତନା ଓ ପ୍ରିୟାର ସଦସ୍ୟ ମାନେ ଓ ପ୍ରଜାପିତା ବ୍ରହ୍ମା କୁମାରୀ ଭାଇ ଓ ଭଉଣୀ ମାନେ, ଗଣମାଧ୍ୟମ ପ୍ରତିନିଧି ଏବଂ ସିନିର୍ଜି ଇଜନିୟରିଂଙ୍ଗ କଲେଜର ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ ।