ଢେଙ୍କାନାଳ,୧୬/୦୬(ଶୁଭମ ପାଣି): ଢେଙ୍କାନାଳ ଆଜି ଶ୍ରୀ ସିଦ୍ଧବଳରାମ ଜିଉ ବିଜେ ରଥଯାତ୍ରା ପାଳନ ନିମନ୍ତେ ଏକ ପ୍ରସ୍ତୁତ ବୈଠକ ଜିଲ୍ଲା ପାଳ ଶ୍ରୀ ସରୋଜ କୁମାର ସେଠୀ ଙ୍କ ଅଧ୍ୟକ୍ଷତାରେ ଆଜି ପୂର୍ବାନରେ ଜିଲ୍ଲା କାର୍ଯ୍ୟାଳୟ ସବଭାବନା ସଭା ଗୃହର ଅନୁଷ୍ଠିତ ହୋଇଯାଇଛି।
ବୈଠକ ପ୍ରାରମ୍ଭରେ ଢେଙ୍କାନାଳ ଉପ ଜିଲ୍ଲାପାଳ ତଥା ନିର୍ବାହି ଅଧିକାରି ଦେବୋତ୍ତର ଢେଙ୍କାନାଳ ଶୁଶ୍ରୀ ସ୍ନିଗ୍ଧା ରାଣୀ ଧଳ ସ୍ଵାଗତ ଭାଷଣ ଦେବା ସହ ରଥଯାତ୍ରା ଓ ବାହୁଡା ଯାତ୍ରା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ପ୍ରସିଦ୍ଧ ଢେଙ୍କାନାଳ ରଥଯାତ୍ରା ଓ ବାହୁଡା ଯାତ୍ରାକୁ ସରସ ସୁନ୍ଦର ଓ ଶୁଙ୍ଖଳିତ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।
ଦେବୋତ୍ତର ର ନିର୍ବାହି ଅଧିକାରୀ ସୁଶ୍ରୀ ଧଳ ରାଜ ପୁରୋଧା , ଶ୍ରୀ ପଞ୍ଚାନନ ମିଶ୍ର ଙ୍କ ଅନୁମୋଦିତ ସମୟ ନିର୍ଘଣ୍ଟ ପାଠ କରିଥିଲେ । ଶ୍ରୀ ଜିୟୁ ଙ୍କ ପହଣ୍ଡି , ଛେରା ପହଁରା, ରଥଟଣା, ଓ ଅନ୍ୟାନ୍ୟ ନିତି ସମୟ ନିର୍ଘଣ୍ଟ ଅନୁଯାଇ ସମାପନ କରାଯିବା । ରଥ ନିର୍ମାଣ ଓ ସାଜସଜା ବିଧି ମୁତାବକ କରାଯିବ। ବନ ବିଭାଗଠାରୁ ରଥ ନିର୍ମାଣ କାଠ ଦେବେତ୍ତର ନିର୍ବାହ ଅଧିକାରୀ ପ୍ରାପ୍ତ ହୋଇଥିବା ସୂଚନା ଦେଇଥିଲେ । ରଥ ଟଣାର ମୁଖ୍ୟ ରାସ୍ତାକୁ ମରାମତି କାର୍ଯ୍ୟ ସମ୍ପୁର୍ଣ୍ କରିବାକୁ ନିର୍ବାହ ଅଧିକାରୀ ଢେଙ୍କାନାଳ ମୁନିସ୍ ପାଲିଟି ଓ ରାସ୍ତା ଓ ଗୃହ ବିଭାଗକୁ ନିବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ରଥଯାହା ଓ ବାହୁଡା ଯାତ୍ରା ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା କରିବାପାଇଁ ଟ୍ରାଫିକ ବ୍ୟବସ୍ଥା ସୁବ୍ୟବସ୍ଥିତ କରିବାକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଅନୁରୋଧ କରିଥିଲେ । ରଥଯାତ୍ରା ସମୟରେ ଆମିଷ ଓ ମଦ ଦୋକାନ ବନ୍ଦ ରଖିବାକୁ ନିଷ୍ପତି ଗ୍ରହଣ କରାଗଲା ।
ଆଜିର ଏହି ବୈଠକରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ସେଠୀ ଓ ଜିଲ୍ଲା ଆରକ୍ଷୀ ଅଧକ୍ଷକ ଶ୍ରୀମତି ଲୋଗନାଯୋଗୀ ବିଦ୍ୟା ଭି. ଅତିରିକ୍ତ ଜିଲ୍ଲା ପାଳ ସାଧାରଣ ରମେଶ ଚନ୍ଦ୍ର ସଠୀ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଅଶୋକ କୁମାର ଦାଶ ସହିତ ଅନ୍ୟାନ୍ୟ ବିଭାଗର ଅଧିକାରୀ ଯୋଗ ଦେଇଥିଲେ