ଢେଙ୍କାନାଳ,୧୧/୦୬(ଶୁଭମ ପାଣି): ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମଜିଉଙ୍କ ମନ୍ଦିର ପ୍ରାଙ୍ଗଣରେ ନିର୍ଜଳା ଏକାଦଶୀ ନିତି ପାଳିତ ହୋଇଯାଇଛି। ପ୍ରାତରୁ ମଙ୍ଗଳ ଆରତୀ ମହାସ୍ନାନ । ନୂତନ ବତ୍ସ । ତୁଳସୀ ହାର ଓ ଫୁଲ ହାରରେ ସୁସଜିତ କରାଯାଇଥିଲା। ତାପରେ ବଲ୍ଲଭ ଭୋଗ ଲାଗି ଓ ୧୦.୩୦ ରେ ଖେଚେଡି ଭୋଗ ମଧ୍ୟାନ୍ନରେ ଅନ୍ନ ଭୋଗ ଲାଗି କରାଯାଇଥିଲା। ସଂନ୍ଧାରେ ଆଳତୀ ଓ ରାତ୍ରଧୂପ ଏକାଦଶୀ ବେଢା ପରିକ୍ରମା ଓ ରାତ୍ର ସମୟରେ ମହାଦୀପ ଉଠିବାର ଅଛି ।
ପୂଜକ ମଳୟ କର କାହାଳିଆ ଟିକନ ବେହେରା,ଜିମାଦାର ଶ୍ୟାମସୁନ୍ଦର ପାଣିଗ୍ରାହୀ ଙ୍କ ଉପସ୍ଥିତିରେ ଏହି ନିର୍ଜଳା ଏକାଦଶୀ ନିଜ ପାଳିତ ହୋଇଥିଲା ।