ରାଜଗାଙ୍ଗପୁର ସହରରେ ଚଢାଦର ରେ ବିକ୍ରି ହେଉଛି ଗୁଟଖା

ରାଜଗାଙ୍ଗପୁର, (ମନୋଜ୍ ଭୋଳଙ୍କ ରିପୋର୍ଟ), -ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହରରେ ବର୍ତ୍ତମାନ ଚଢା ଦର ରେ ବିକ୍ରି ହେଉଛି ଗୁଟୁଖା ।ହେଲେ ଖାଦ୍ୟ ନିରୀକ୍ଷକ ଓ ଅବକାରୀ ବିଭାଗର ଏ ଦିଗରେ ଦୃଷ୍ଟି ପଡୁନାହିଁ ।ପ୍ରାପ୍ତ ସୂଚନା ଅନୁଯାୟୀ ଗତ ଲକଡାଉନ ପରେ ଗୁଟୁଖା ଦର ସାମାନ୍ୟ ରହିଥିବା ବେଳେ ଗତ ସପ୍ତାହେ ତଳେ ରାଜଗାଙ୍ଗପୁର ସହରର ରାସ୍ତା କଡରେ ଥିବା ପାନ ଦୋକାନ ଓ ଗୁମଟି ମାନଙ୍କରେ ଅବକାରୀ ବିଭାଗ ଓ ଖାଦ୍ୟ ନିରୀକ୍ଷକଙ୍କ ନଜର ପଡିଥିବା ବେଳେ ଏହି ଛୋଟ ରାସ୍ତା କଡରେ ଥିବା ଦୋକାନ ମାନଙ୍କ ରେ ଚଢ଼ାଉ କରାଯିବା ସହ ସେମାନଙ୍କ ଠାରୁ ଜୋରି ମାନା ଆଦାୟ କରାଯାଇଥିଲା ।ହେଲେ ରାଜଗାଙ୍ଗପୁର ସହର ରେ ଥିବା ବଡ଼ ବଡ଼ ହୋଲସେଲର ମାନଙ୍କୁ ଛାଡ଼ି ଦିଆଯାଇଥିଲା ।ଏ ଘଟଣା ପର ଦିନ ଠାରୁ ଦୋକାନ ମାନଙ୍କ ରେ ଗୁଟୁଖା ଦର ଉଚ୍ଚା ହୋଇଥିଲା ।ହୋଲସେଲର ଦୋକାନ ମାନଙ୍କ ଠାରୁ ଏହି ଛୋଟ ଦୋକାନୀ ମାନେ ଉଚ୍ଚା ଦର ଦେଇ ଆଣିବା ଯୋଗୁ ସେମାନେ ମଧ୍ୟ ଉଚ୍ଚା ଦର ରେ ବିକ୍ରି କରି ଚାଲିଛନ୍ତି ।ହୋଲସେଲର ଦୋକାନୀ ଗୁଡିକ ଏହାର ରେଟ ବୃଦ୍ଧି କରି ଏହାକୁ ବିକ୍ରି କରି ଲାଭବାନ ମଧ୍ୟ ହେଉଛନ୍ତି ।ହେଲେ ସବୁ ଜାଣି ମଧ୍ୟ ଅବକାରୀ ବିଭାଗ ଓ ଖାଦ୍ୟ ନିରୀକ୍ଷକ ଅଧିକାରୀ ମଧ୍ୟ ରହୁଛନ୍ତି ଚୁପ ଚାପ ।ନା ଏଥିରେ କାହାର କିଛି ଯାଉଛି ନା କାହାର କିଛି କରିବାର ଅଛି ।ଏ ନେଇ ରାଜଗାଙ୍ଗପୁର ସହର ର କିଛି ପାନ ଦୋକାନୀଙ୍କ ଠାରୁ ତାଙ୍କର ପ୍ରତିକ୍ରିୟା ନିଆଯାଇଥିଲା ।ସେମାନଙ୍କ କହିବା ଅନୁଯାୟୀ ଯଦି ବନ୍ଦ କରାଯାଉଛି ତେବେ ସମ୍ପୂର୍ଣ ବନ୍ଦ କରିଦିଆଯାଉ ।ହେଲେ ଏଭଳି ଛୋଟ ଛୋଟ ରାସ୍ତା ଦୋକାନୀଙ୍କ ଉପରେ ଚଢ଼ାଉ କରାଯାଉଛି ହେଲେ ସହର ରେ ଥିବା ବଡ଼ ବଡ଼ ଗୁଟୁଖା ଦୋକାନି ଙ୍କୁ ଛାଡ଼ କରାଯାଉଛି।ଯାହା ଫଳରେ ସେମାନେ ମଧ୍ୟ ହଇରାଣ ହେଉଥିବା ବେଳେ ବହୁ ସମୟରେ ଛୋଟ ଛୋଟ ଦୋକାନ ମାନଙ୍କରେ ଗ୍ରାହକ ଓ ଦୋକାନୀଙ୍କ ମଧ୍ୟରେ ଝଗଡ଼ା ହେଉଛି ଯାହା ଫଳରେ ଅପ୍ରତିକର ପରିସ୍ଥିତି ଉପୁଜୁଛି ।ଏହା ସହ ହୋଲସଲର ଡ଼ିଲର ମାନେ ନିଜର ମନ ଇଛା ଦର ନେଉଛନ୍ତି ।ନା ଏ ଦିଗରେ କେହି ନଜର ଦେଉଛନ୍ତି ନା କେହି କାର୍ଯ୍ୟନୁଷ୍ଠାନ ନେଉଛନ୍ତି ।ଛୋଟ ମାଛକୁ ଧରି ବଡ଼ ମାଛକୁ ଜାଲରୁ ମୁକଳାଇବା ଭଳି କାର୍ଯ୍ୟ କରାଯାଉଥିବା ଭଳି ସାଧାରଣ ରେ ଚର୍ଚ୍ଚା ହେଉଛି ।