ଭାରସାମ୍ୟ ହରାଇ ଓଲଟିଲା ୧୦୮ ଆମ୍ବୁଲାନ୍ସ, ଡ୍ରାଇଭର ଆହତ

ବାଲିଗୁଡା, ୨୮/୧୨:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ. ନୂଆଗାଁ ବ୍ଲକ ର ସାରଙ୍ଗଗଡ଼ ନୂଆଗାଁ ଛକରେ ଭାରସାମ୍ୟ ହରାଇ ଓଲଟିଲା ୧୦୮ ଆମ୍ବୁଲାନ୍ସ। ରୋଗୀଙ୍କୁ ଫୁଲବାଣୀ ସଦର ମହକୁମା ଡାକ୍ତରଖାନାରେ ଛାଡି କ.ନୂଆଗାଁ ମେଡ଼ିକାଲକୁ ଫେରୁଥିଲା ବେଳେ ଘଟିଲା ଦୁର୍ଘଟଣା। ଫଳରେ ଡ୍ରାଇଭର ଆହତ ହୋଇଛନ୍ତି । ସ୍ଥାନୀୟଲୋକ ଡ୍ରାଇଭରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି ।

ଅନ୍ୟ ୨ କର୍ମଚାରୀ ସୁରକ୍ଷିତ ଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ସାରଙ୍ଗଗଡ଼ ପୋଲିସ ପହଞ୍ଚି ଗାଡ଼ି ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ସୂଚନା ମୁତାବକ, ମଙ୍ଗଳବାର ସକାଳେ ଏକ ୧୦୮ ଆମ୍ବୁଲାନ୍ସ (ଓଡ଼ି-୦୨ ବିଜେ ୦୮୮୫) ନୂଆଗାଁ ଛକରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଛି। ଦୁର୍ଘଟଣା ଡ୍ରାଇଭର ଆହତ ହୋଇଥିବା ବେଳେ ଅନ୍ୟ ୨ କର୍ମଚାରୀ ସୁରକ୍ଷିତ ଥିବା ଜଣାପଡ଼ିଛି। ଦୁର୍ଘଟଣା ବେଳେ ଅମ୍ବୁଲାନ୍ସରେ କେହି ରୋଗୀ ନଥିବା ଜଣାପଡ଼ିଛି। ଆହତ ଡ୍ରାଇଭରଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।