କନ୍ଧମାଳ,୨୬/୧୨(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ବିଟିଏମ ଖେଳ ପଡ଼ିଆଠାରେ ଆର. ୟୁନାଇଟେଡ ଫୁଲବାଣୀ ତରଫରୁ ଏକ ଆନ୍ତଃ ଜିଲ୍ଲା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଫୁଲବାଣୀ ରିଜର୍ଭ ଆରଆଇ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ସରଜେଣ୍ଟ ସରୋଜ ବେହେରା ଯୋଗ ଦେଇଥିଲେ । ପ୍ରଥମ ଦିନରେ ୬ଟି ଦଳ ଭାଗ ନେଇଥିବା ବେଳେ ଉଦଘାଟନ ମ୍ୟାଚରେ ଡିଫେଣ୍ଡର ଏବଂ ଡିସିସି ଦଳ ମଧ୍ୟରେ ହୋଇଥିଲା । ଡିଫେଣ୍ଡର ୪୧ ରନ୍ରେ ବିଜୟ ଲାଭ କରିଥିଲା । ଏହି ମ୍ୟାଚରେ ମାନସ କୁମାର ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିଲେ । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ହୋଇଥିବା ମ୍ୟାଚ୍ ନେଡିଗୁଡା ଏବଂ ଫ୍ଲେମ୍ ବଏସ୍ ମଧ୍ୟରେ ହୋଇଥିଲା । ଏଥିରେ ନେଡିଗୁଡା ୧୮ ରନ୍ ରେ ବିଜୟୀ ହୋଇଥିଲା ଏହି ମ୍ୟାଚ୍ରେ ଆଲୋକ, ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିଲେ । ସେହିପରି ତୃତୀୟ ମ୍ୟାଚ୍ ଉଭୟ ବିଜୟୀ ଦଳ ମଧ୍ୟରେ ହୋଇଥିଲା । ଉଭୟ ଦଳ ମଧ୍ୟରୁ ଡିଫେଣ୍ଡର୍ ପୁଣି ୧୭ ରନ୍ ରେ ବିଜୟୀ ହୋଇଥିଲା ।
ଏହି ମ୍ୟାଚ୍ ରେ ମଧ୍ୟ ମାନସ କୁମାର ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିଲେ । ଏଥି ସହିତ ଡିଫେଣ୍ଡର୍ ଲଗାତାର ଦୁଇଟି ଯାକ ମ୍ୟାଚ୍ ଜିତି ସେମି ଫାଇନାଲ୍ ରେ ପ୍ରବେଶ କରିଛି । ଆସନ୍ତା ୩୧ରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ । ଏହି ଫାଇନାଲ୍ ମ୍ୟାଚ୍ ରେ ବିଜେତାକୁ ଟ୍ରଫି ସହ ୧୦,୦୦୦/- ଏବଂ ଉପ ବିଜେତାକୁ ଟ୍ରଫି ସହ ୮୦୦୦/-ଟଙ୍କାର ଅର୍ଥ ରାଶି ପୁରସ୍କାର ରଖାଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଆର୍. ୟୁନାଇଟେଡ୍ ଫୁଲବାଣୀର ଆୟୋଜକ ଦଳ ତରଫରୁ ସୂଚନା ଦେଇଛନ୍ତି । ଅନ୍ୟ କର୍ମକର୍ତ୍ତାମାନେ ଦିନେଶ ତିଆଡି, ରଜତ ଖମ୍ବାରି, ଦେବାଶିଷ ସେଠୀ, ସୌମ୍ୟ ରଞ୍ଜନ ବେହେରା, ବିଭୁ ପ୍ରସାଦ ନାୟକ, ଦେବାଶିଷ ସାହୁ,ଆଶିଷ ସେଠୀ, ରାହୁଲ ଦିଗାଲ,ସ୍ନେହାଶିଷ ହୋତା, ରାଜେନ୍ଦ୍ର ଚୌଧୁରୀ, ସୁମିତ ବେହେରା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ୭ ଦିନ ଧରି ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଖେଳାଳିମାନଙ୍କୁ ନେଇ ଗଠିତ ୧୬ଟି ଦଳ ଭାଗ ନେଇଛନ୍ତି । ଉଦଘାଟନୀ ମ୍ୟାଚ୍ରେ ରାଜେଶ ଏବଂ ଲିଟୁଙ୍କ ପରିବାର ସଦସ୍ୟ ମାନେ ମଧ୍ୟ ଉପସ୍ଥିତ ଥିଲେ ।