ଟ୍ରେନ୍ ଧକ୍କାରେ ୨ଟି ହାତୀର ମୃତ୍ୟୁ ହାତୀଙ୍କର ମୃତ୍ୟୁ ପଛରେ ଦାୟୀ କି’ଏ ?

ଭୂଷଣ୍ଢପୁର/୨୬/୧୨(ବିନୁ ଦାସ୍)- ଗତକାଲି ସନ୍ଧ୍ୟାରେ ଏକ ହାତୀପଲ୍ଲ ଙ୍କ ଉପରେ ମାଲବାହୀ ଟ୍ରେନ୍ ଚଢ଼ି ଯିବା ଘଟଣାରେ ୨ଟି ହାତୀ ର ମୃତ୍ୟୁ ହୋଇଛି । ଗୋଟିଏ ଦନ୍ତାହାତୀ ର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଟି ଫିମେଲ୍ ( ମାଈ ହାତୀ ) ହାତୀର ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ବନ ବିଭାଗ ରେଞ୍ଜ ଇଲାକାର ଭୁଷଣ୍ଡପୁର ରେଳ ଷ୍ଟେସନ ନିକଟରେ ଘଟିଛି ଏହି ଦୁର୍ଘଟଣା । ଅନ୍ଧାର ରାତିରେ ଦୁର୍ଘଟଣା ଯୋଗୁଁ ସଠିକତଥ୍ୟ ମିଳିନଥିଲା । ଟାଙ୍ଗୀ ବନ ବିଭାଗର ଦୁଇଟି ଟିମ୍ ବର୍ତ୍ତମାନ ସୁଦ୍ଧା ଜଙ୍ଗଲ ମଧ୍ୟରେ ପଇଁତରା ମାରୁଛନ୍ତି । ଏହି ହାତୀପଲ୍ଲ ଙ୍କ ମଧ୍ୟରେ ୧୯ ଟି ହାତୀ ଅଛନ୍ତି । ୨ ଟି ହାତୀ ଙ୍କର ମୃତ୍ୟୁ ପରେ ଆଉ ୧୭ ଟି ହାତୀ ଏବେବି ନିକଟସ୍ଥ ଜଙ୍ଗଲ ମଧ୍ୟରେ ରହିଛନ୍ତି । ସନ୍ଧ୍ୟା ସମୟରେ ହାତୀପଲ୍ଲ ଜଙ୍ଗଲ ମଧ୍ୟରୁ ରେଳଟ୍ରାକ ଅତିକ୍ରମ କରି ଖାଦ୍ୟ ଅନ୍ୱେଷଣରେ ଧାନଚାଷ ଜମି ଓ ଜନବସତି ମୁହାଁ ହେଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ।

ହାତୀ ଙ୍କର ଚଳପ୍ରଚଳ ଥିବା ଯୋଗୁଁ ବନ ବିଭାଗ ପକ୍ଷରୁ ରେଳ ବିଭାଗ କୁ ଅବଗତ କରାଯାଇଥିଲା ବୋଲି ରେଞ୍ଜର କହିଛନ୍ତି । ଜଙ୍ଗଲ ମଧ୍ୟରେ ଯାଇଛି ରେଳଟ୍ରାକ , ଦୁର୍ଘଟଣା ପରେ ରେଳ ଟ୍ରାକ୍ ର ଗୋଟିଏ ଜଙ୍ଗଲ ରେ ଗୋଟିଏ ହାତୀ ର ମୃତ୍ୟୁ ହୋଇଥିବା ବେଳେ ରେଳ ଟ୍ରାକ୍ ର ଅପର ପାର୍ଶ୍ୱରେ ଆଉ ଗୋଟିଏ ହାତୀ ର ମୃତ୍ୟୁ ହୋଇଛି । ରେଳ ବିଭାଗ ର ଦାଇତ୍ଵ ହୀନତା ଯୋଗୁଁ ହାତୀ ଙ୍କର ମୃତ୍ୟୁ ହୋଇଥିବା ବନ ବିଭାଗ ରେଞ୍ଜର ରବୀନ୍ଦ୍ର ନାଥ ପଣ୍ଡା କହିଛନ୍ତି । ବନ ବିଭାଗର ଖୋର୍ଦ୍ଧା ଡିଏଫଓ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ବନ ବିଭାଗ ଏବଂ ରେଳ ବିଭାଗ ର ଦାଇତ୍ଵ ହୀନତା ଯୋଗୁଁ ୨ ଟି ହାତୀ ଙ୍କର ମୃତ୍ୟୁ ହୋଇଛି ବୋଲି ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି । ଦୀର୍ଘଦିନ ହେଲା ଏହି ଜଙ୍ଗଲ ରେ ଜଙ୍ଗଲି ହାତୀ ଉତ୍ପାତ କରୁଥିଲେ । ବନ ବିଭାଗ ପକ୍ଷରୁ ସେଭଳି କୈ।ଣସି ପଦକ୍ଷେପ ନେଇ ନଥିବା ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି । ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଛି , ମୃତ ହାତୀ ଙ୍କର ପଞ୍ଚନାମା ପାଇଁ ଡାକ୍ତରୀଟିମ୍ ମଧ୍ୟ ପହଞ୍ଚିଛନ୍ତି । ଏହି ୨ ଟି ହାତୀ ର ମୃତ୍ୟୁ ପଛରେ ଦାୟୀ କି’ଏ ? ତାହାକୁ ନେଇ ଉଠିଲା ପ୍ରଶ୍ନ ?