ଟାଙ୍ଗୀ:-୧୬/୧୨(ବିନୁ ଦାସ୍):-ମରାଳ ମାଳିନୀ ନିଳାମ୍ବୁ ଚିଲିକା ର ପାଦଦେଶରେ ଶୀତଦିନର ଆଗମନରେ ଲକ୍ଷ ଲକ୍ଷ ବିଦେଶାଗତ ପକ୍ଷୀଙ୍କର ଚିଲିକା ର ଶାନ୍ତ ପରିବେଶ କୁ ଆକୃଷ୍ଟ କରି ମାଡ଼ି ଆସୁଥିବା ବେଳେ ଏମାନଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାରର କଡା ସୁରକ୍ଷା ବ୍ୟବସ୍ଥା କରିଛନ୍ତି।ଶୀତ ଋତୁ ପ୍ରାରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପକ୍ଷୀ ମାନଙ୍କର କିଚିରି ମିଚିରି ଶବ୍ଦ ସାଙ୍ଗକୁ ପର୍ଯ୍ୟଟକ ମାନଙ୍କର ଚିଲିକା ଭ୍ରମଣ ଲାଗି ରହିଥାଏ କିନ୍ତୁ ଏସବୁ କୁ ବେଖାତିର କରି ବିଭିନ୍ନ ସମୟରେ ପକ୍ଷୀ ଶିକାର ବଢି ବଢି ଚାଲିଛି।ବୁଧବାର ଦିନ ଚିଲିକା ହ୍ରଦ ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ଅନ୍ତର୍ଗତ ଭୂଷଣ୍ଢପୁର ଜେଟି ନିକଟସ୍ଥ ଭୂଷଣ୍ଢପୁର ପକ୍ଷୀ ସୁରକ୍ଷା କ୍ୟାମ୍ପ ୧୩ ନମ୍ବର କୁଦା ନିକଟରୁ ପକ୍ଷୀ ଶିକାର ଅଭିଯୋଗରେ ପୁରୀ ଜିଲ୍ଲା ଅନ୍ତର୍ଗତ ଗଡ଼ିଶାଗୋଦା ଥାନା ଅନ୍ତର୍ଗତ କଳପଦା ଜାଗୁଳେଇପଦର ଗ୍ରାମର ଦୁଷ୍ମନ୍ତ ବେହେରା ଏବଂ ସୁରେନ୍ଦ୍ର ବେହେରା କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ସେମାନଙ୍କ ଠାରୁ ଆଠଟି ମୃତ ବିଦେଶୀ ପକ୍ଷୀ ଜବତ କରାଯାଇଛି।