ଟାଙ୍ଗୀ:-୧୦/୧୨(ବିନୁ ଦାସ୍):- ବାତ୍ୟା ଜୱାଦ ଏବଂ ଅଦିନିଆ ଲଗାଣ ବର୍ଷା ଏବେ ଚାଷୀ ମାନଙ୍କର ମାନସିକ ଓ ଆର୍ଥିକ ଦୁଃଖ ଦୁର୍ଦ୍ଦଶା ଆଣି ଦେଇଛି। ଚାଷୀ ମାନଙ୍କ ର ସୁନାର ଫସଲ ମାଟିରେ ମିଶି ଯାଇଛି।ସମବାୟ ସମିତି ରୁ କୃଷକ ଟିଏ କୃଷି ଋଣ ଅଥବା ମହାଜନ ଠାରୁ ଋଣ ଆଣି ଧାନ ଚାଷ ରେ ନିୟୋଜିତ କରିଥିବା ଅର୍ଥ କିପରି ପରିଶୋଧ କରିବ ସେହି ଚିନ୍ତାରେ ଚାଷୀ ଟିଏ ଏବେ ଚାଷ ଜମି ମୁଣ୍ଡରେ ବସି ଭାଗ୍ୟ କୁ ଆଦରି ଗୁମୁରି ଗୁମୁରି କାନ୍ଦୁଛି।କଥା ରେ ଅଛି ଚାଷ କାମ ଯାହାର କି ଆନନ୍ଦ ତାହାର, ସିଏ ପରା ଦୁନିଆ କୁ ଯୋଗାଉଛି ଆହାର।
ଏହି ଅଦିନିଆ ବର୍ଷା ଓ ବାତ୍ୟା ଏବେ ଚାଷୀ ର ମେରୁଦଣ୍ଡକୁ ଦୋହଲାଇ ଦେଇଛି। କ୍ଷତି ପୂରଣ ପାଇଁ ଚାଷୀ ଦାବି କରୁଛି । ଏହାକୁ ଅନୁଭବ କରି ଖୋର୍ଦ୍ଧା ଜିଲ୍ଲାର ଅଗ୍ରଣୀ ସାମ୍ବାଦିକ ସଂଘ ଭାବରେ ପରିଗଣିତ ହେଉଥିବା ଟାଙ୍ଗୀ ମିଡିଆ ସେବା ସଂଘ ପକ୍ଷରୁ ଓଡ଼ିଶାର ମୂଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଦୁଇ ଦଫା ଦାବିପତ୍ର ଟାଙ୍ଗୀ ଜିଲ୍ଲା କୃଷି ଅଧିକାରୀ ଙ୍କ ଜରିଆରେ ପ୍ରଦାନ କରାଯାଇଛି । ଚାଷୀ ଙ୍କ କ୍ଷତି ପୂରଣ ବାବଦରେ ହେକ୍ଟର ପିଛା ୧୦ ହଜାର ଟଙ୍କା ଏବଂ କୃଷି ଋଣ ଛାଡ ଦାବି ନେଇ ଦାବିପତ୍ର ପ୍ରଦାନ କରାଯାଇଛି । ଟାଙ୍ଗୀ କୃଷି ବିଭାଗ ର କ୍ଷେତ୍ର ପରିଦର୍ଶକ ଏହି ଦାବିପତ୍ର ଗ୍ରହଣ କରିଛନ୍ତି ।