ଅବହେଳିତ ଅବସ୍ଥାରେ ରାଜଗାଙ୍ଗପୁର ସହର ର ପଶୁ ଚିକିତ୍ସାଳୟ

ରାଜଗାଙ୍ଗପୁର, (ମନୋଜ ଭୋଳ ଙ୍କ ରିପୋର୍ଟ), :-ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହର ରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି |ଏଠାରେ ଥିବା ପଶୁଚିକିସ୍ୟାଳୟ ଟି ସମ୍ପୂର୍ଣ ଅବହେଳିତ ଅବସ୍ଥା ରେ ରହିଛି | ହେଲେ ବିଭାଗୀୟ ଅଧିକାରୀ ଙ୍କ ଦୃଷ୍ଟି ଏ ଦିଗରେ ଅନ୍ଧ ସାଜିଛି |ଏହା ସହ ପୌରପାଳିକା କାର୍ଯ୍ୟାଳୟ କୁ ଲାଗି ରହିଥିବା ଏହି ପଶୁ ଚିକିସ୍ୟାଳୟ ଏବେ ପୌରପାଳିକା ର ଗୋଦାମ ଗୃହ ସାଜିଥିବା ଭଳି ଜନ ମହଲ ରେ ତଥ୍ୟ ମିଳୁଛି | ଏହା ସହ ପଶୁ ଚିକିତ୍ସାଳୟ ଟି ଅବହେଳିତ ଅବସ୍ଥା ରେ ରହିଥିବା ବେଳେ ସ୍ଥାନୀୟ ଲୋକଙ୍କୁ ନିଜର ଗୃହ ପାଳିତ ପଶୁ ପକ୍ଷୀ ଙ୍କ ଚିକିତ୍ସା ପାଇଁ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି | ସରକାରୀ ଯୋଜନା ଏ ଦିଗରେ ବାଟ ବଣା ହେଉଥିବା ପରିଲିଖିତ ହେଉଛି | ଗତ କୋରଣା ମହାମାରୀ ସମୟ ରେ ସରକାର ଲୋକ ମାନଙ୍କ ଠାରୁ ବୁଲା ଗାଈ ଗୋରୁ ,କୁକୁର ଓ ପଶୁ ପକ୍ଷୀ ଙ୍କ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ବେଳେ ସହର ର ମଧ୍ୟ ଭାଗରେ ଥିବା ଏହି ପଶୁ ଚିକିତ୍ସା ର ଉନ୍ନତିକରଣ ପାଇଁ ସରକାର କିମ୍ବା ବିଭାଗୀୟ ଅଧିକାରୀ ଙ୍କ ଦୃଷ୍ଟି ପଡିନଥିବା ଏକ ଦୁର୍ଭାଗ୍ୟ ର ବିଷୟ ସାଜିଛି | ବର୍ତ୍ତମାନ ପୌରପାଳିକା କାର୍ଯ୍ୟଳୟ ଏହି ଚିକିତ୍ସାଳୟ ପରିସର ରେ ନିଜର ଭଙ୍ଗା ଓ ଅଚଳ ଗାଡି ଗୁଡିକ ରଖିବା ର ଗୋଦାମ ସାଜିଛି |

ଏହା ସହ ପଶୁ ଚିକିତ୍ସାଳୟ ର ଡାକ୍ତର ଙ୍କ କୋଠରୀ ରକ୍ଷଣା ବେକ୍ଷଣା ଅଭାବରୁ ଭୁତ କୋଠି ସାଜିଥିବା ବେଳେ ଏଠାରେ କାର୍ଯ୍ୟରତ ଡାକ୍ତର ରାଉରକେଲା ରୁ ପ୍ରତେକ ଦିନ ଯିବା ଆସିବାକୁ ବାଧ୍ୟ ହେଉଛନ୍ତି |ଏହି ପଶୁ ଚିକିତ୍ସାଳୟ ଉପରେ ରାଜଗାଙ୍ଗପୁର ସହର ର ଆଖପାଖ ଅଞ୍ଚଳ ସହ କୁଟୁନିଆ,କୁକୁଡ଼ା,ମାଲି ଡ଼ିହି ପଞ୍ଚାୟତ ର ଲୋକ ମାନେ ନିଜର ଗୃହ ପାଳିତ ପଶୁ ପକ୍ଷୀ ଙ୍କ ଚିକିତ୍ସା ପାଇଁ ନିର୍ଭର କରିଥାନ୍ତି | ଏଣୁ ପ୍ରତେକ ଦିନ ଏଠାକୁ ଲୋକ ମାନେ ନିଜର ଗୃହ ପାଳିତ ପଶୁ ପକ୍ଷୀ ଙ୍କ ଚିକିତ୍ସା ପାଇଁ ଏଠାକୁ ଆସିଥାନ୍ତି | ଏହା ସହ ପଶୁ ଚିକିତ୍ସା ଳୟ ରେ ଡାକ୍ତର ଓ କର୍ମଚାରୀ ଙ୍କ ପାଇଁ ନିର୍ମିତ ଗୃହ ବର୍ତ୍ତମାନ ବିପଦ ସଙ୍କୁଳ ଅବସ୍ଥା ରେ ରହିଥିବା ମଧ୍ୟ ଦେଖିବାକୁ ମିଳୁଛି | ଏପରିକି ଏଠାରେ କାର୍ଯ୍ୟରତ ଥିବା ଜଣେ ମହିଳା ଡାକ୍ତର ଙ୍କ ପାଇଁ ଶୌଚାଳୟ ମଧ୍ୟ ନାହିଁ | ସରକାର ଙ୍କ ଅଣଦେଖା ଯୋଗୁଁ ଏହି ପଶୁ ଚିକିତ୍ସାଳୟ ରେ ଏବେ ଜଙ୍ଗଲ ଭଳି ପରିବେଶ ସୃଷ୍ଟି ହୋଇଛି | ଏହା ସହ ଏଠାରେ ଥିବା ଗୋଟିଏ ମାତ୍ର ନଳକୂପ ବହୁ ଦିନ ଧରି ଅଚଳ ଅବସ୍ଥା ରେ ପଡିରହିଥିବା ବେଳେ ଏଥିରୁ ବହୁରୁଥିବା ପାଣି ପିଇବା ଯୋଗ୍ୟ ନୁହେଁ ବୋଲି କର୍ମଚାରୀ ଅଭିଯୋଗ ଆଣିଛନ୍ତି | ଏ ନେଇ ବିଭାଗୀୟ ଅଧିକାରୀ ଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କେହି କର୍ଣ୍ଣ ପାତ କରୁନାହାନ୍ତି | ଏଣୁ ଏ ଦିଗରେ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ସହ ଏହାର ଉନ୍ନତି କରଣ ଦିଗରେ କାର୍ଯ୍ୟନୁଷ୍ଠାନ ନେବା ପାଇଁ ଜନ ମହଲ ରେ ଚର୍ଚ୍ଚା ହେଉଛି।