କାଳୁପଡ଼ା ଘାଟ:-୨୬/୧୦(ବିନୁ ଦାସ୍):-ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଚଣ୍ଡେଶ୍ୱର ପଞ୍ଚାୟତ ଅନ୍ତର୍ଗତ ଅଁଳାଡିହ ଫୁଲଗୋରଡ଼ା ଗ୍ରାମର ୩୨ ବର୍ଷୀୟ ଦିବ୍ୟାଙ୍ଗ ଯୁବକ ନରୋତମ ବେହେରା । ପିଲାଟି ଦିନରୁ ବାପା ଛେଉଣ୍ଡ । ମୃତକ ନାରଣ ବେହେରାଙ୍କର ପୁତ୍ର ନରୋତମ ଆଜିବି ଚାଲିବାକୁ ସକ୍ଷମ ନୁହେଁ । ଘର କହିଲେ ନିଜର ମା ମିଟି ବେହେରା ଙ୍କର ରୋଜଗାର ରେ ଚଳେ । ମିଟି ପରଘରେ ବାସନ ମାଜିବା ଏବଂ ଗୁହାଳ ଗୋଟେଇ ଯାହା କିଛି ରୋଜଗାର କରନ୍ତି ସେଥିରେ ନିଜ ପରିବାର ପ୍ରତିପୋଷଣ କରନ୍ତି ଏହା ଆଜି ନୁହେଁ ସ୍ୱାମୀ ମୃତ୍ୟୁର ପଚିଶ ବର୍ଷ ପରେ ମିଟି ପରିବାର ପ୍ରତିପୋଷଣ ପାଇଁ ଏହି କାମକୁ ଆଦରି ନେଇଛନ୍ତି । କିନ୍ତୁ ନିଜର ଏକ ମାତ୍ର ପୁତ୍ର ନରୋତମ ଦିନକୁ ଦିନ ଅଚଳ ହେବାରେ ଲାଗିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ତାକୁ ମଧ୍ୟ ଭତ୍ତା ପ୍ରଦାନ ହେଉଛି । କିନ୍ତୁ ମିଳୁନାହିଁ ରାସନ ସାମଗ୍ରୀ ସେଥିପାଇଁ ବାଧକ ସାଜିଛି ଆଧାର କାର୍ଡ । କାରଣ ତାର ଗୋଡ଼ ହାତ ଅଚଳ ଯୋଗୁଁ ଏବଂ ଆଖିର ଆଧାର ପଞ୍ଜିକରଣ ହେଉପାରିନାହିଁ ।
ଏ ବିଷୟରେ ବହୁବାର ଚଣ୍ଡେଶ୍ୱର ସରପଞ୍ଚ ସୁଧାକର ମହାପାତ୍ରଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି । ହେଲେ ସରପଞ୍ଚ କହିଛନ୍ତି କି ଆମେ କଣ କରିପାରିବୁ କାରଣ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଭୁକ୍ତ ହେବା ପାଇଁ ଆଧାର ପଞ୍ଜୀକୃତ ହେବା ଆବଶ୍ୟକ ଆମେ କିଛି କରିପାରିବୁ ନାହିଁ । ଅପରପକ୍ଷରେ ନରୋତମ ଆଧାର ଏନରୋଲମେଣ୍ଟ କରିଥିଲେ ବି ରାସନ କେନ୍ଦ୍ର ରେ ଆଖି ପରୀକ୍ଷା କରିଲେ ଆସୁନାହିଁ । ତେଣୁ ରାସନ କାର୍ଡ ରୁ ଦୀର୍ଘ ବର୍ଷେ ହେବ ବାଦ୍ ପଡିଛି । ପାରିବାରିକ ଅସୁବିଧା ଏବଂ ଦିବ୍ୟାଙ୍ଗ ନରୋତମ ମିଟି ବେହେରାଙ୍କ ପାଇଁ ଅଭିଶପ୍ତ ଜୀବନ ପାଲଟିଛି । ଏ ବିଷୟରେ ମଧ୍ୟ ଚିଲିକା ବ୍ଲକ ବିଡ଼ିଓ ଏବଂ ପ୍ରଶାସନିକ ଅଧିକାରୀଙ୍କର ପାଖକୁ ଧାଇଁ ଧାଇଁ ନୟାନ୍ତ ହେଲେବି ସବୁ ଜାଣିବି ନିରବଦ୍ରଷ୍ଟା । ତୁରନ୍ତ ସମ୍ପୂର୍ଣ୍ଣ ଅଚଳ ନରୋତମକୁ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଭୁକ୍ତ କରିବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି ଏବଂ ତୁରନ୍ତ ଜିଲ୍ଲାପାଳ ଖୋର୍ଦ୍ଧା ଏବଂ ଚିଲିକା ବିଡ଼ିଓ ତଦନ୍ତ କରି ପଦକ୍ଷେପ ନେବା ସହ ଅସହାୟ କୁ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହେଉଛି।