ରାଜଗାଙ୍ଗପୁର, (ମନୋଜ ଭୋଳଙ୍କ ରିପୋର୍ଟ):-ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ ଜଉରୁ ମାଲ ପଞ୍ଚାଯତ ପୋଡ଼ସିଂ ଗ୍ରାମ ର ମାସି ଦାସ ଟୋଲି ଠାରେ ଘରୋଇ ଜମି ରେ ଅଙ୍ଗନବାଡି ହୋଇଥିବାରୁ ସେଠାରେ ହୋଇପାରିନି ମମତା ଗୃହ ନିର୍ମାଣ କାର୍ଯ୍ୟ। ସୂଚନା ଅନୁଯାୟୀ ଗତ ୨୦୧୭ ମସିଆ ରେ ମାସି ଦାସ ଟୋଲି ରେ ଏକ ଘରୋଇ ଜମି ରେ ସରକାରୀ ଅନୁଦାନରେ ଆଙ୍ଗନ ବାଡ଼ି କେନ୍ଦ୍ର ତିଆରି ହୋଇଥିବା ବେଳେ ଏହା ସରକାରୀ ଅନୁଦାନ ରେ ଚାଲୁ ଥିବା ଜଣାପଡିଛି |ପ୍ରାପ୍ତ ସୂଚନା ଅନୁଯାୟୀ ୨୦୧୭ ମସିଆ ରେ ଏହି ଆଙ୍ଗନବାଡ଼ି ତିଆରି ହୋଇଥିବା ବେଳେ ସରକାରୀ ଜମି ନଥିବା ବେଳେ ମାସି ଦାସ କାଣ୍ଡୁଲନା ନିଜର ଜମି ଦେଇଥିବା ବେଳେ କମିଲ ଟପ୍ପୋ ନାମକ ଜଣେ ଠିକାଦାର ଙ୍କ ଦ୍ଵାରା ଏହି କାର୍ଯ୍ୟ ସମ୍ମୁର୍ଣ ହୋଇଥିବା ବେଳେ ଗତ ୩ ବର୍ଷ ହେବ ଏହି ଆଙ୍ଗନ ବାଡି ସରକାରୀ ଅନୁଦାନ ରେ ଚାଲି ଆସୁଅଛି | ଏହା ଏଠାରେ କୁନି କୁନି ପିଲା ମାନଙ୍କ ଆଙ୍ଗନ ବାଡ଼ି କୁ ଯିବା ଆସିବା ପାଇଁ ରାସ୍ତା ଟିଏ ମଧ୍ୟ ନଥିବା ବେଳେ ନା ପାନୀୟ ଜଳ ର ସୁବିଧା ରହିଛି | ଏଭଳି ସମସ୍ୟା ରେ ଗତି କରୁଥିଲେ ମଧ୍ୟ ୩ ବର୍ଷ ହେବ ଚାଲିଛି ଏହି ଆଙ୍ଗନ ବାଡ଼ି କେନ୍ଦ୍ର |ମୁଖ୍ୟତଃ ବିଷୟ ଗତ କିଛି ତଳେ ଏହି ଆଙ୍ଗନ ବାଡ଼ି କେନ୍ଦ୍ର ରେ ମମତା ଗୃହ ନିର୍ମାଣ କାର୍ଯ୍ୟ ପ୍ରାରମ୍ଭ କରାଜିଥିବା ବେଳେ ଏହାର କାର୍ଯ୍ୟ ପ୍ରବୀଣ ସାଇ ମୁର୍ଗା ନାମକ ଜଣେ ଠିକାଦାର ଙ୍କୁ ଦିଆଯାଇଥିବା ବେଳେ ଘରୋଇ ଜମି ରେ ଏହି ଆଙ୍ଗନ ବାଡ଼ି ଟି ରହିଥିବାରୁ ଏହାର ନିର୍ମାଣ କାର୍ଯ୍ୟ ବନ୍ଦ ପଡିଥିବା ଜଣା ପଡ଼ିଛି | ଯଦି ଘରୋଇ ଜମି ରେ ଆଙ୍ଗନ ବାଡ଼ି ଟି ରହି ଥିବାରୁ ଏଠାରେ ମମତା ଗୃହ ନିର୍ମାଣ ହୋଈ ପାରୁନି ତେବେ ପ୍ରଶ୍ନ ଉଠୁଛି ଘରୋଇ ଜମି ରେ କିଭଳି ଏହି ଆଙ୍ଗନ ବାଡ଼ି ଘର ସରକାରୀ ଅନୁଦାନ ରେ ତିଆରି କିଭଳି ହୋଇଥିଲା। ସରକାର ବିକାଶ ପାଇଁ ନାନା ପ୍ରକାର ଯୋଜନା କାର୍ଯ୍ୟ କରୁଥିବା ବେରଲେ ବିକାଶ ଏଭଳି ହେଉଛି ବାଟ ବଣା। ଏହା ସହ କାହିଁକି ଏହି ଆଙ୍ଗନ ବାଡ଼ି ରେ ମମତା ଗୃହ କାର୍ଯ୍ୟ ବନ୍ଦ ରହିଛି ଓ କାହାର ଏହା ପଛରେ ହାତ ରହିଛି ଏହା ନେଇ ଗ୍ରାମବାସୀ ଅଭିଯୋଗ କରିଥିଲେ ମଧ୍ୟ ବ୍ଲକ ଉନ୍ନୟନଧିକାରୀ ଏ ନେଇ ତଦନ୍ତ କରାଯିବ ବୋଲି କହି ସମସ୍ତେ ଏଠାରେ ନିରବ ପ୍ରତିମୃତି ସାଜିଛନ୍ତି |