ସୁନ୍ଦରଗଡ, (ମନୋଜ ଭୋଳଙ୍କ ରିପୋର୍ଟ) ବୁଲା ଷଣ୍ଢ ନେଉଛି ପ୍ରତିଶୋଧ। ଏଭଳି ଏକ ଜ୍ୱଳନ୍ତ ଦୃଶ୍ୟ ଦେଖିବାକୁ ମିଳିଛି ସୁନ୍ଦର ଗଡ଼ ଜିଲ୍ଲା ଲହୁଣୀ ପଡା ବ୍ଲକ ରେ | ଆମେ ଜାଣିଛୁ ମଣିଷ ନିଜର ପ୍ରତିଶୋଧ ନେବା ପାଇଁ ନିଜର ବିରୋଧୀ ପାଇଁ ବିଭିନ୍ନ ପ୍ରକାର ରାସ୍ତା ଆପଣେଇ ଥାଏ ଓ ନିଜର ପ୍ରତିଶୋଧ ନେଇଥାଏ | ହେଲେ ପଶୁ ପକ୍ଷୀ ଙ୍କ ଠାରେ ଏଭଳି ପ୍ରତିଶୋଧ ନେବା ଆମେ ସିନେମା ରେ ଦେଖୁ | ହେଲେ ଲହୁଣୀ ପଡା ବ୍ଲକ ର ଥଣ୍ଟେଇ ପୋଷ ଗ୍ରାମରେ ଗୋଟିଏ ବୁଲା ଷଣ୍ଢ ପରିଶୋଧ ନେବା ପାଇଁ ସେହି ଗ୍ରାମର ୩ ଟି ପରିବାର କୁ କରିଛି ଟାର୍ଗେଟ | ବୁଲା ଷଣ୍ଢ ଟି ପ୍ରତିଶୋଧ ନେବା ପାଇଁ ଏହି ୩ ଟି ପରିବାର ର ଲୋକଙ୍କୁ ଜଗି ରହି ଥିବା ବେଳେ ସେମାନଙ୍କ ଠାରୁ ପ୍ରତିଶୋଧ ନେବା ପାଇଁ ଜିଦ ଧରି ବସିଛି | ପ୍ରାପ୍ତ ସୂଚନା ଅନୁଯାୟୀ ଲହୁଣୀ ପଡା ବ୍ଲକ ଅନ୍ତର୍ଗତ ଥଣ୍ଟେଇ ପୋଷ ଗ୍ରାମରେ ଡ଼ମ୍ବୁରୁ ମହାନ୍ତି,ସୁବାସ ମହାନ୍ତି ,ଦେବରାଜ ମହାନ୍ତି ରହି ଆସୁଛନ୍ତି |
ଗତ ୮ ଦିନ ତଳେ ଗୋଟିଏ ବୁଲା ଷଣ୍ଢ ଡ଼ମ୍ବୁରୁ ଙ୍କ ଘର ଅଗଣା ରେ ବସିଥିବା ବେଳେ ଡ଼ମ୍ବୁରୁ ବୁଲା ଷଣ୍ଢ ଟିକୁ ଘଉଡ଼ାଇ ଥିବା ବେଳେ ସେ ସେଠାରୁ ଯାଇ ନଥିଲା ଫଳରେ ଡ଼ମ୍ବୁରୁ ଗ୍ରାମ ର ଲୋକ ମାନଙ୍କୁ ସେଠାରୁ ବୁଲା ଷଣ୍ଢ ଟିକୁ ଘଉଡାଇବାକୁ ସାହାଯ୍ୟ ମାଗିଥିବା ବେଳେ ଗ୍ରାମଲୋକ ଙ୍କ ସାହାଯ୍ୟ ରେ ଟେକା ,ପଥର ଫୋଫଡ଼ି ବା ଦ୍ୱାରା ବୁଲା ଷଣ୍ଢ ଟିକୁ ସେ ଜାଗାରୁ ଘଉଡ଼ାଇ ଦିଆଯାଇ ଥିଲା | ହେଲେ ବୁଲା ଷଣ୍ଢ ଟି ପ୍ରତିଶୋଧ ପରାୟଣ ହୋଇ ଟେକା ପଥର ମାରିଥିବା ଥଣ୍ଟେଇ ପୋଷ ଗ୍ରାମର ଡ଼ମ୍ବୁରୁ ମହାନ୍ତି,ସୁବାସ ମହାନ୍ତି ,ଦେବରାଜ ମହାନ୍ତି ଙ୍କୁ ଚିହ୍ନି ତାଙ୍କୁ ଟାର୍ଗେଟ କରିଛି | ଗତ ଦୁଇ ଦିନ ହେବ ସେ ଏହି ତିନି ପରିବାର ର ଲୋକଙ୍କୁ ଜଗି ରହିଛି | ଏହି ତିନି ପରିବାର ଲୋକ ମାନେ ବୁଲା ଷଣ୍ଢ ର ଆତଙ୍ଗ ରେ | ଫଳରେ ଏହି ତିନୋଟି ପାରିବାର ବୁଲା ଷଣ୍ଢ ଟି ଆତଙ୍ଗ ରେ ଆତଙ୍ଗୀତ ହୋଇ ନିଜ ସଂର୍କୀୟ ଙ୍କ ଘରେ ଆଶ୍ରୟ ନେଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଏହି ଘଟଣା କୁ ନେଇ ଚର୍ଚା ହେଉଛି |