ଗାୟତ୍ରୀ ପରିବାର ଆନୁକୁଲ୍ୟରେ, ବଡ଼ କୂଳ ପଞ୍ଚାୟତ ଖାରିବନ୍ଧ ଗାମବାସୀଙ୍କ ସହଯୋଗରେ ଦୀପମହାଯଜ୍ଞ ଅନୁଷ୍ଠିତ

ଚିଲିକା, କାର୍ତ୍ତିକମାସ ପ୍ରଥମ ଦିବସରେ ବାଣପୁର ଗାୟତ୍ରୀ ପରିବାର ଆନୁକୁଲ୍ୟରେ, ବଡ଼ କୂଳ ପଞ୍ଚାୟତ ଖାରିବନ୍ଧ ଗାମବାସୀଙ୍କ ସହଯୋଗରେ ଦୀପମହାଯଜ୍ଞ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ ରାଜେନ୍ଦ୍ର ପ୍ରସାଦ ରଥଙ୍କ ତତ୍ବବଧାନରେ ସହଯୋଗୀ ଭାଇ ଶ୍ରୀ ଆନନ୍ଦ ଚନ୍ଦ୍ର ସେନାପତି ତଥା ସୁଶ୍ରୀ ସୁମତି, ସୁଶ୍ରୀ ସୁମିତ୍ରା ,ସୁଶ୍ରୀ ବନ୍ଦନା ଭଉଣୀ ଓ ଭାଇ ଶ୍ରୀମାନ ଭଗବାନକ ଦ୍ଵାରା ଯୁଗ ସଙ୍ଗୀତ ଗାନ ସହ ବୈଦିକ ମନ୍ତ୍ର ଓ ସତ୍ୟଯୁଗର ପ୍ରତ୍ୟାବର୍ତ୍ତନ ଓ ମାନବ ଧର୍ମ ସମ୍ପର୍କୀୟ ବିଚାରଧାରା ଉପସ୍ଥାପନ କରାଯାଇଥିଲା । ଯୁଗ ସାହିତ୍ୟ ଷ୍ଟଲ ର ପରିଚାଳନା ଶ୍ରୀଯୁକ୍ତ ବିଚିତ୍ରାନନ୍ଦ ଭାଇ ଓ ଭଗବାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମର ସଂଯୋଜନା ଶ୍ରୀମାନ ମନୋଜ ଭାଇ କରିଥିଲେ। ସମାଜରେ ସତ୍ ପ୍ରବୃତ୍ତିର ସଂଵର୍ଦ୍ଧନ ଓ ଦୁଷ୍ପ୍ରବୄତ୍ତିର ଉନ୍ଲୋଲନ ଏହାର ଉଦ୍ଦେଶ୍ୟ ଅଟେ।