ରାଜଗାଙ୍ଗପୁର, (ମନୋଜ ଭୋଳଙ୍କ ରିପୋର୍ଟ)- ରାଜଗାଙ୍ଗପୁର ସହର ର ଲିପଲୋଇ ମୁଖ୍ୟ ରାସ୍ତା ର ପ୍ରଶସ୍ତି କରଣ ଓ ବଢୁଥିବା ଦୁର୍ଘଟଣା କୁ ଆଖି ଆଗରେ ରଖି ରାସ୍ତା ର ଦୁଇ କଡ଼ ରେ ଥିବା ଦୋକାନ ବଜାର ହଟା ଯାଇ ସେ ସମୟ ରେ ରାସ୍ତା କୁ ଚଉଡା କରାଯିବା ସହ ନୂତନ ରୋଡ଼ ତିଆରି ହୋଇଥିବା ବେଳେ ବର୍ତ୍ତମାନ ଏହି ରୋଡ଼ କଡ଼ରେ ନାଳ ନିର୍ମାଣ ପାଇଁ କାର୍ଯ୍ୟ ଚାଲୁଥିବା ବେଳେ ଲିପଲୋଇ ଅଂଚଳ ରେ କିଛି ନିଧିଷ୍ଟ ବ୍ୟକ୍ତି ମାନେ ନିଜ ଘର ଆଗରେ ରାସ୍ତା କୁ ଅବରୋଧ କରୁଥିବା ବେଳେ ଲୋକଙ୍କୁ ଯିବା ଆସିବା ସହ ଗାଡି ପାର୍କିଙ୍ଗ କରିବାକୁ ଅସୁବିଧା ହେଉଥିବା ଦେଖିବାକୁ ମିଳୁଛି | ହେଲେ ପୌରପାଳିକା କର୍ମଚାରୀ ଏଠାକୁ ସବୁଦିନ ଟ୍ୟାକ୍ସ କଲେକ୍ସନ କରୁଥିବା ବେଳେ ମଧ୍ୟ ସେମାନଙ୍କ ନଜର ପଡୁନାହିଁ | ସୂଚନା ଅନୁଯାୟୀ ଲିପଲୋଇ ଵସ୍ ଷ୍ଟାଣ୍ଡ ଓ ଅରବିନ୍ଦ ସ୍କୁଲ ସମ୍ମୁଖରେ କିଛି ବ୍ୟକ୍ତି ବର୍ତ୍ତମାନ ଦୋକାନ କରିଥିବା ବେଳେ ସେମାନେ ରାସ୍ତା ଉପର କୁ ମାଡି ବସିଥିବା ବେଳେ ରାସ୍ତା କଡରେ ଥିବା ଫୁଟ ଫାଥ ରେ ମଧ୍ୟ ଲୋକ ଙ୍କୁ ଯିବା ପାଇଁ ନାନା ପ୍ରକାର ଅସୁବିଧା ହେଉଛି | ମୁଖ୍ୟତଃ ଲିପଲୋଇ ଵସ୍ ଷ୍ଟାଣ୍ଡ ନିକଟରେ ଏକ ରାସନ ଦୋକାନ ,ଷ୍ଟେସନାରୀ ଦୋକାନ ଓ ଅନ୍ୟ ଦୋକାନ ଗୁଡିକ ରହିଥିବା ବେଳେ ଏଠାରେ ପ୍ରତେକ ଦିନ ଲୋକ ମାନେ ଜିନିଷ କିଣିବାକୁ ଆସୁଥିବା ବେଳେ ଗତ କିଛି ଦିନ ହେବ ଏଠାରେ କିଛି ବ୍ୟକ୍ତି ଠେଲା ଆଣି ଦୋକାନ କରିବା ସହ ରାସ୍ତା ଉପରକୁ ମାଡି ବସିଛନ୍ତି | ହେଲେ ଏ ଦିଗରେ ପୌରପାଳିକା କୁ ଅବଗତ କରାଇଲେ ମଧ୍ୟ ପୌରପାଳିକା ନିରବ ସାଜିଛି | ବର୍ତ୍ତମାନ ରାସ୍ତା ର ଫୁଟ ଫାଥ ଠେଲା ଵାଲା ଓ ଦୋକାନୀ ଅବରୋଧ କରିଥିବା ବେଳେ ଏଠାରେ ଦୁର୍ଘଟଣା ହେବାର ସମ୍ଭାବନା ରହିଥିବା ବେଳେ ଲୋକଙ୍କୁ ପାର୍କିଙ୍ଗ ଓ ଲୋକଙ୍କ ଯିବା ପାଇଁ ଫୁଟ ଫାଥ ମଧ୍ୟ ଅବରୋଧ ହୋଇ ରହିଛି | ପୌରପାଳିକା ନିୟମ ଅନୁଯାୟୀ ରାସ୍ତା ର ଫୁଟ ଫାଥ କୁ ଛାଡି ଦୋକାନ କରାଯିବା ପାଇଁ | ହେଲେ ଏଠାରେ ଲୋକେ ଫୁଟ ଫାଥ କୁ ମଧ୍ୟ ଦୋକାନ ରେ ପରିଣତ କରୁଛନ୍ତି | ହେଲେ ଏ ମାନଙ୍କୁ ରୋକିବ କିଏ | କାହିଁକି ନା ପୌର ପାଳିକା ବର୍ତ୍ତମାନ ନିରବ ଦ୍ରଷ୍ଟା ସାଜିଛି | ଏବେ ଦେଖିବାକୁ ବାକି ରହିଛି ପୌରପାଳିକା କି କାର୍ଯ୍ୟନୁଷ୍ଠାନ ନେଉଛି ଏ ଦିଗରେ | ଏହା ନ ହେଲେ ଆଗାମୀ ଦିନରେ ଏଠାରେ ସମସ୍ତେ ପୂର୍ବ ପରି ରାସ୍ତା ଉପରକୁ ମାଡି ବସିବା ସହ ଏଠାରେ ଦୁର୍ଘଟଣା ପରି ପରିସ୍ଥିତି ସୃଷ୍ଟି ହେବ ତାହା ପାଇଁ ଦାୟୀ କିଏ ହେବ ଏ ନେଇ ସାଧାରଣ ରେ ଚର୍ଚା ହେଉଛି |