କାଳୁପଡ଼ା ଘାଟ:-୧୩/୧୦(ବିନୁ ଦାସ୍), ସୂଚନା ଯୋଗ୍ୟ କି ଆଜି ବୁଧବାର ସକାଳୁ କାଳୁପଡ଼ା ଘାଟ ଷ୍ଟେସନ ପରିସରରେ ଏକ ଅଭାବନୀୟ ଲୋମହର୍ଷଣ ଘଟଣା ଦେଖିବାକୁ ମିଳିଥିଲା ଯାହାକି ଆସାମ ରାଜ୍ୟର ଥିଉକି ଭୂମିଜ ନାମକ ଜଣେ ଯୁବକ କୌଣସି କାରଣ ରୁ ରେଳଷ୍ଟେସନ ପରିସରରେ ଥିବା ଏକ କୋଇଲା ବୋଝେଇ ମାଲଗାଡ଼ି ଉପରେ ଠିଆହୋଇ ଉପରେ ଯାଇଥିବା ତେତିଶ ହଜାର କେଭି ବିଶିଷ୍ଟ ବିଦ୍ୟୁତ ତାରକୁ ବାରମ୍ବାର ଛୁଇଁ ଆତ୍ମହତ୍ୟା ଉଦ୍ୟମ କରୁଥିଲା । ଘଟଣା ସ୍ଥଳରେ ସ୍ଥାନୀୟ ଯୁବକଙ୍କ ଅପ୍ରାଣ ଉଦ୍ୟମ ଫଳରେ ଯୁବକ ଜଣଙ୍କୁ ଉଦ୍ଧାର କରି ସ୍ଥାନୀୟ ଯୁବକ ମାନେ ଟାଙ୍ଗୀ ଦମକଳ ବାହିନୀ ସହାୟତାରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ପାଇଁ ପଠାଇଥିଲେ ।
ପରବର୍ତ୍ତୀ ସମୟରେ ବାଲୁଗାଁ ରେଳବାଇ ଥାନା ଆର୍ ପିଏଫ ଓସି ମହେଶ୍ବର ଚନ୍ଦ୍ର ରାୟ ଙ୍କର ନିର୍ଦ୍ଦେଶ ମୁତାବକ ଘଟଣା ସ୍ଥଳ ଅନୁସନ୍ଧାନ କରି ତଦନ୍ତକାରୀ ଅଧିକାରୀ ପିସି ଦାସ୍ ଏବଂ ଅନ୍ୟ ରେଳ ସୁରକ୍ଷା ବଳ କର୍ମଚାରୀ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଥିଲେ । ଉକ୍ତ ଆହତ ଯୁବକଙ୍କ ପ୍ରାଥମିକ ଚିକିତ୍ସା ପରେ ଯୁବକଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ କରି ସମ୍ପୃକ୍ତ ଯୁବକଙ୍କୁ ଭୁବନେଶ୍ୱର ସ୍ଥିତ ପିପୁଲସ ଫୋରମ ସ୍ବେଚ୍ଛାସେବୀ ଅନୁଷ୍ଠାନ କୁ ସ୍ଥାନାନ୍ତର କରିଛନ୍ତି । ଗୋଟିଏ ପଟେ ଯୁବକ ଜଣକର ମାନସିକ ସ୍ଥିତି ଭଲ ନଥିବା ବେଳେ ଏବଂ ପରିବାର ଲୋକେ ଆସାମରୁ ଆସିବାକୁ ହେଲେ ଦୀର୍ଘ ପାଞ୍ଚଦିନ ସମୟ ଲାଗିପାରେ।ତେଣୁ ଏଭଳି ମହନୀୟତା କାର୍ଯ୍ୟ ପାଇଁ ରେଳବାଇ ଥାନାର ସେବା ସମର୍ପିତ ଜବାନଙ୍କୁ ଅଞ୍ଚଳବାସୀ ଧନ୍ୟବାଦ ଜଣାଇଛନ୍ତି । ଘଟଣା ସ୍ଥଳରେ ମଧ୍ୟ ଟାଙ୍ଗୀ ଥାନାଧିକାରୀ ବିଜୟ ମଲ୍ଲିକ ମଧ୍ୟ ଉପସ୍ଥିତ ରହି ଯୁବକକୁ ସ୍ବେଚ୍ଛାସେବୀ ଅନୁଷ୍ଠାନ କୁ ହସ୍ତାନ୍ତର କରିଥିଲେ।