ମୁଣ୍ଡ ଟେକୁଛି ଜାତିଆଣ ବିବାଦୀୟ ମନ୍ତବ୍ୟ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଶରଣରେ ଦିବ୍ୟାଙ୍ଗ ଯୁବକ

ବାଲୁଗାଁ, ୧୦/୧୦(ବିନୁ ଦାସ୍):-ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ସିଂଙ୍ଗେଶ୍ୱର ପଞ୍ଚାୟତ ଯୋଗାଣ ସହାୟିକାଙ୍କର ନାମରେ ଜିଲ୍ଲାପାଳ ଖୋର୍ଦ୍ଧାଙ୍କୁ ଅଭିଯୋଗ କରିଛନ୍ତି ଜଣେ ଦିବ୍ୟାଙ୍ଗ। ପ୍ରକାଶ ଥାଉକି ବାଲୁଗାଁ ଅନ୍ତର୍ଗତ ଗୋବର୍ଦ୍ଧନ ପୁର ଧୂଆଁଳ ଗ୍ରାମର ରମେଶ ସେଠୀଙ୍କର ପୁତ୍ର ରାଜାରାମ ସେଠୀ ଜଣେ ଦିବ୍ୟାଙ୍ଗ । ପିଲାଦିନରୁ ଶରୀରର ଅଶି ପ୍ରତିଶତ ଭିନ୍ନକ୍ଷମ । କିନ୍ତୁ ତାଙ୍କୁ ସମ୍ପୃକ୍ତ ପଞ୍ଚାୟତ ର ଯୋଗାଣ ସହାୟିକା କାବେରୀ ସ୍ୱାଇଁ ଙ୍କର ନାମରେ ଆଣିଛନ୍ତି ସଙ୍ଗିନ ଅଭିଯୋଗ । ରାଜାରାମ ଜିଲ୍ଲାପାଳ ଖୋର୍ଦ୍ଧା ଙ୍କୁ ଏକ ଲିଖିତ ଅଭିଯୋଗ ରେ ଜଣାଇଛନ୍ତି କି କୁଆଡେ ସହାୟିକା କାବେରୀ ସ୍ୱାଇଁ ଜାତିଆନ ମନ୍ତବ୍ୟ ଦେଇଛନ୍ତି ଏବଂ ନିଜ ପରିବାରର ରାସନ ସାମଗ୍ରୀ ମଧ୍ୟ ଦେବାକୁ ରାଜାରାମ କୁ ମନା କରିଦେଇଛନ୍ତି ।

ସୂଚନାଯୋଗ୍ୟ କି ଅଭିଯୋଗ ପତ୍ର ଅନୁଯାୟୀ ଗତ ୨୩ ସେପ୍ଟେମ୍ବର ଦିନ ମାଗଣା କୋଭିଡ ଚାଉଳ ଆଣିବାକୁ ଯାଇଥିବାବେଳେ ସମ୍ପୃକ୍ତ ସହାୟିକା ଚାଉଳ ଦେଇନଥିଲେ ଓଲଟି ଜାତିଆନ କଟୁ ମନ୍ତବ୍ୟ ଦେଇ ଫେରାଇ ଦେଇଥିଲେ ବୋଲି ରାଜାରାମ ଅଭିଯୋଗ କରିଛନ୍ତି । ସେହିପରି ପୁନର୍ବାର କୋଦରପୁର ଠାରେ ପୁଣି ଚାଉଳ ଦିଆଯାଉଥିବା ବେଳେ ରାଜାରାମ ମାଗିବାରୁ ତାଙ୍କୁ ଗାଳି କରିବା ଏବଂ ଧମକ ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ରାଜାରାମ । ଅପରପକ୍ଷରେ ଆମ ପ୍ରତିନିଧି ଯୋଗାଣ ସହାୟିକା ଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ ଯୋଗା ଯୋଗ ହୋଇପାରିନାହିଁ ।

ତୁରନ୍ତ ଏ ଘଟଣା ର ନିରପେକ୍ଷ ତଦନ୍ତ କରି ଆଇନଗତ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଥିବାବେଳେ ଅପରପକ୍ଷରେ ଘଟଣା ଟି ପ୍ରକୃତରେ ସମ୍ପୃକ୍ତ ସହାୟିକା ଜାତିଆଣ ମନ୍ତବ୍ୟ ଦେଇଛନ୍ତି କି ନାହିଁ ଏବଂ କେଉଁ କାରଣରୁ ଚାଉଳ ଦେଲେନାହିଁ ତାହା ମଧ୍ୟ ତଦନ୍ତ ପରିସର ଭୁକ୍ତ ହେବାକୁ ଦାବି ହେଉଥିବା ବେଳେ ଯେହେତୁ ଅଭିଯୋଗକାରୀ ରାଜାରାମ କହିଛନ୍ତି କି ସେ କଂଟ୍ରୋଲ ଚାଉଳ ଆଣିବାକୁ ଯାଉଥିବା ବେଳେ ଥରେ ନୁହେଁ ଦୁଇଥର ଏହିଭଳି ସମସ୍ୟା ସୃଷ୍ଟି ହୋଇଛି । ତେଣୁ ସେଠାରେ ଉପସ୍ଥିତ ଥିବା ଖାଉଟି ମାନଙ୍କର ମନ୍ତବ୍ୟ ନିଆଗଲେ ସଠିକ ମତାମତ ଜଣାପଡିବ । ଏ ଦିଗରେ ଖୋର୍ଦ୍ଧା ଜିଲ୍ଲାପାଳ ନିରପେକ୍ଷ ତଦନ୍ତ କରି ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି।