ଗୁଣୁପୁର, (ସିଦ୍ଧାର୍ଥ ଦାସ ଙ୍କ ରିପୋର୍ଟ) ଗତ ଦୁଇ ଦିନ ଧରି ଭାରତୀୟ ଜନତା ପାର୍ଟି ର ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ରାୟଗଡା ଜିଲ୍ଲା ସ୍ୱାଭିମାନ ମଞ୍ଚ ପକ୍ଷ ରୁ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ । ଆୟୋଜିତ ବୁଦ୍ଧିଜୀବୀ ସମ୍ମିଳନୀ ରେ ଅତିଥି ଭାବେ ଯୋଗ ଦେଇ ଗୁଣପୁର ର ସମସ୍ୟା ଗୁଡ଼ିକ ବିଷୟ ରେ ବୁଝିଥିଲେ । ଏହି କାର୍ଯ୍ୟକ୍ରମ ରେ ଗୁଣପୁର ଅଞ୍ଚଳ ର ବହୁ ବୁଦ୍ଧିଜୀବି ଏବଂ ବରିଷ୍ଠ ନାଗରିକ ମାନେ ଯୋଗଦେଇଥିଲେ । ପରେ ସେ ଚାୟ୍ ପେ ଚର୍ଚ୍ଚା କାର୍ଯ୍ୟକ୍ରମ ରେ ଗୁଣପୁର ଅଞ୍ଚଳ ବାସୀ ଙ୍କ ସମସ୍ୟା ବିଷୟ ରେ ଜନଶୁଣାଣି କରିଥିଲେ । ଏଠାରେ ଜନସାଧାରଣ ଙ୍କ ବ୍ୟକ୍ତିଗତ ସମସ୍ୟା ଗୁଡ଼ିକ ବୁଝି ସେମାନଙ୍କ ଦ୍ୱାରା ପ୍ରଦକ୍ତ କରାଯାଇଥିବା ଦରଖାସ୍ତ ଗୁଡ଼ିକ ସମ୍ପୃକ୍ତ ବିଭାଗ କୁ ପ୍ରେରଣ କରି ବିଭାଗୀୟ ଅଧିକାରୀ ଙ୍କ ସହ ଆଲୋଚନା କରି ସମାଧାନ କରିବାକୁ ପ୍ରତିଶୃତି ଦେଇଥିଲେ । ବଂଶଧାରା ନଦୀ ଅବବାହିକା ଅଞ୍ଚଳ ନଦୀ କୂଳ ରେ ରହୁଥିବା ଚାଷୀ ଙ୍କ ନିମନ୍ତେ ପାଣିଡ଼ଙ୍ଗର ଠାରେ ଡ୍ୟାମ ନିର୍ମାଣ ଏବଂ ସାମ୍ବାଦିକ ଙ୍କ ସୁରକ୍ଷା ନେଇ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ ର ଅବହେଳା ବିଷୟ ରେ ଗୁଣପୁର ଉପଖଣ୍ଡ କଳିଙ୍ଗ ସାମ୍ବାଦିକ ସଂଘ ପକ୍ଷରୁ ଆଲୋକପାତ କରାଯାଇଥିବା ବେଳେ ଓଡିଶା ଦୁର୍ନୀତି ସଂଘର୍ଷ ମଞ୍ଚ ଗୁଣପୁର ଶାଖା ପକ୍ଷରୁ ସ୍ଥାନୀୟ ରେଳ ବିଭାଗ ରେ ସୁରକ୍ଷା କର୍ମୀ ମୁତୟନ , ସ୍ଥାୟୀ ଅଟୋ ଷ୍ଟାଣ୍ଡ ନିର୍ମାଣ , ଯାତ୍ରୀ ଙ୍କ ନିମନ୍ତେ ଷ୍ଟେସନ ଠାରେ ଟିକଟ ର ସୁବିଧା ଯୋଗାଇ ଦେବା ଓ ପ୍ଲାଟ୍ ଫର୍ମ ର ଉଚ୍ଚତା ବୃଦ୍ଧି କରିବାକୁ ନେଇ ଆଲୋକପାତ କରାଯାଇଥିଲା ।
ସ୍ଥାନୀୟ ଜଗନ୍ନାଥ ମନ୍ଦିର ରୁ ଦର୍ଶନ ସାରି ଗୁଣପୁର ବାଳିକା ଉଚ୍ଚ ବିଦ୍ୟାଳୟ ଠାରୁ ବାଦ୍ୟ , ଘଣ୍ଟ , ହୁଳହୁଳି ଏବଂ ଆଦିବାସୀ ନୃତ୍ୟ ର ତ୍ୱରଣ ରେ ହଜାର ହାଜର ଲୋକ ଙ୍କ ସମାବେଶ ରେ ନୂଆ ବସଷ୍ଟାଣ୍ଡ ଯାଏଁ ପଦଯାତ୍ରା କରି ସାଧାରଣ ସଭା ରେ ଯୋଗ ଦେଇ ନିଜ ଅଭିଭାଷଣ ରଖିଥିଲେ । ଶ୍ରୀମତୀ ଷଡଙ୍ଗୀ ଙ୍କ ଏହି ଗସ୍ତ ଆଗାମୀ ଦିନ ରେ ପୌର ଏବଂ ପଞ୍ଚାୟତ ନିର୍ବାଚନ ରେ କଣ ପ୍ରଭାବ ପକାଇବ ଏହା ଦେଖିବାକୁ ରହିଲା । ଏହି ଗସ୍ତ ଶ୍ରୀମତୀ ଷଡଙ୍ଗୀ ଙ୍କ ଏକ ବ୍ୟକ୍ତିଗତ ନିଷ୍ପତ୍ତି କହି ରାଜ୍ୟ ବିଜେପି ପକ୍ଷରୁ ଏଥିରେ କୌଣସି ଦଳୀୟ ନେତା ଯୋଗ ନ ଦେବା ପାଇଁ ହୁଇପ୍ ଜାରି କରିଥିବା ସୁଚନା ମିଳିଛି । ଏହା ସତ୍ୱେ ବିଜେପି ର କାର୍ଯ୍ୟକର୍ତ୍ତା ଙ୍କ ସମେତ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ପ୍ରେମ ପଣ୍ଡା , ପିଙ୍କି ମହାପାତ୍ର , ରବି ଶଙ୍କର ଗମାଙ୍ଗ ଉକ୍ତ ଦୁଇ ଦିନିଆ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ କିନ୍ତୁ ଗୁଣପୁର ର ଅନ୍ୟ ବିଜେପି କାର୍ଯ୍ୟକର୍ତ୍ତା ଙ୍କ ସମେତ ଜିଲ୍ଲା ଉପ ସଭାପତି ୱାଇ ଗଣପତି , ନଗର ସଭାପତି ଶ୍ରୀନିବାସ ସ୍ୱାଇଁ ଓ କିଛି ପଞ୍ଚାୟତ ର ମଣ୍ଡଳ ସଭାପତି ମାନେ ଯୋଗ ଦେଇନଥିଲେ ।
ଶ୍ରୀମତୀ ଷଡଙ୍ଗୀ ଙ୍କ ସମେତ ଅନ୍ୟାନ୍ୟ ଅତିଥି ମାନଙ୍କୁ ଜିଲ୍ଲା ଉପ ସଭାପତି ୱାଇ ଗଣପତି ତାଙ୍କ ବାସ ଭବନ ରେ ଜଳପାନ ର ବ୍ୟବସ୍ଥା କରିଥିବା ଏବଂ ଏଥିରେ ସମସ୍ତ କର୍ମକର୍ତ୍ତା ଯୋଗଦେଇଥିବା ଘଟଣା ବିଜେପି ର ଗୋଷ୍ଠି କନ୍ଦଳ କୁ ଦାଣ୍ଡ ରେ ପକାଇ ହାଟ ରେ ଗଡାଉଛି । ଏହାର ପ୍ରତିକ୍ରିୟା ରେ ୱାଇ ଗଣପତି ଏହି ଜଳପାନ ର ବ୍ୟବସ୍ଥା ବିଜେପି ପକ୍ଷରୁ ନୁହଁ ଏହା ୟୁଥ୍ ଫର ଆକ୍ସନ ପକ୍ଷରୁ ବୋଲି ମତବ୍ୟକ୍ତ କରିଛନ୍ତି । ପରବର୍ତ୍ତୀ ସମୟ ରେ ଶ୍ରୀମତୀ ଷଡଙ୍ଗୀ ୟୁଥ୍ ଫର ଆକ୍ସନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ ରେ ଯୋଗଦେଇ ଏକ ୨୪ ଜଣ ବିଶିଷ୍ଟ କମିଟି ଗଠନ କରି ଆଗାମୀ ଦିନ ରେ ଏହାକୁ ସୁଦୃଢ କରିବା ପାଇଁ ସୂଚାଇଥିଲେ । ପୌର ନିର୍ବାଚନ ପୁର୍ବରୁ ମାଡ଼ମ୍ ଅପରାଜିତା ଙ୍କ ରୋଡ ଶୋ ବିଜେଡ଼ି ନେତା ଙ୍କ ହୋସ ଉଡାଇଥିବା ନେଇ ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି । ସମୟ କହିବ ଏହି ଗସ୍ତ ର ପ୍ରଭାବ କେତେ ।