ରାଜଗାଙ୍ଗପୁର, (ମନୋଜ ଭୋଳ ଙ୍କ ରିପୋର୍ଟ) ଡାଲମିଆ ଭାରତ ଗୃପର ଅଂଶବିଶେଷ, ଡାଲ୍ମିଆ ଭାରତ ଫାଉଣ୍ଡେସନ (ଡିବିଏଫ୍) ପକ୍ଷରୁ ୧୦ ଜଣ ଦିକ୍ଷା (ଡାଲମିଆ ଇନଷ୍ଟିଚୁଟ ଅଫ ନଲେଜେ ଆଣ୍ଡ ସ୍କିଲ ହାରନେସିଂ) ପ୍ରଶିକ୍ଷାର୍ଥୀଙ୍କୁ ଦିକ୍ଷା ପ୍ରଶିକ୍ଷଣ କେନ୍ଦ୍ରର ରାଜଗାଙ୍ଗପୁରରେ ସମ୍ବର୍ଦ୍ଧିତ କରାଯାଇଛି । ଏହି ଛାତ୍ରଛାତ୍ରୀମାନେ ଶିଳ୍ପ ସିଲାଇ ମେସିନ୍ ଅପରେଟର (ଆଇଏସଏମଓ) ଟ୍ରେଡ୍ରେ ପ୍ରଶିକ୍ଷଣ ନେବା ପରେ ତାମିଲନାଡୁର କିଟେକସ ଗାର୍ମେଣ୍ଟରେ ବାର୍ଷିକ ୧୮୪୦୨୦ ଟଙ୍କା ବେତନରେ ନିଯୁକ୍ତି ପାଇଛନ୍ତି । ଖୁବ ଶୀଘ୍ର ବିମାନ ଯୋଗେ ସେମାନଙ୍କୁ ନିଜର ନୂତନ କାର୍ଯ୍ୟସ୍ଥଳୀକୁ ପଠାଯିବ l
ଏହି ଅବସରରେ ଜିଲା ନିଯୁକ୍ତି କାର୍ଯ୍ୟାଳୟ ରାଉରକେଲାରୁ ଶ୍ରୀଯୁକ୍ତ ଜ୍ୟୋତି ପ୍ରକାଶ ସେଠି , ଡାଲମିଆ ସିମେଂଟ୍ (ଭାରତ) ଲିମିଟେଡ୍ ରାଜଗାଙ୍ଗପୁର ୟୁନିଟ୍ ମୁଖ୍ୟ ଶ୍ରୀଯୁକ୍ତ ଚେତନ ଶ୍ରୀବାସ୍ତବ ତଥା କମ୍ପାନୀର ନବ ନିଯୁକ୍ତ ଅତିରିକ୍ତ କାର୍ଯ୍ୟନିର୍ବାହୀ ନିର୍ଦେଶକ ଡ଼ ନୀଳାଦ୍ରି ପାଢ଼ୀ ଉପସ୍ଥିତ ରହି ପ୍ରଶିକ୍ଷାର୍ଥୀ ମାନଙ୍କର ଉତ୍ସାହ ବଢାଇଥିଲେ ।
ଏହି ଅବସରରେ ଶ୍ରୀଯୁକ୍ତ ସେଠି ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ନିଜ କାମରେ ଧ୍ୟାନ ଦେବାପାଇଁ ପରାମର୍ଶ ଦେଇଥିଲେ ଏବଂ କହିଥିଲେ ନିଜର କଠିନ ପରିଶ୍ରମ ଓ ନିଷ୍ଠା ଦେଇ କାମ କଲେ ଏକ ଉଜ୍ୱଳ ଭବିଷ୍ୟତ ହାସଲ କରି ହବ l
ଶ୍ରୀଯୁକ୍ତ ଶ୍ରୀବାସ୍ତବ ନିଯୁକ୍ତି ପାଇଥିବା ଦିକ୍ଷା ପ୍ରଶିକ୍ଷାର୍ଥୀଙ୍କୁ ଅଭିନନ୍ଦନ ଜଣାଇ ତାଙ୍କ ଉଜ୍ୱଳ ଭବିଷ୍ୟତର କାମନା କରିଥିଲା l ସେ ପ୍ରଶିକ୍ଷାର୍ଥୀଙ୍କୁ ନିଜ ପରିଶ୍ରମ ବଳରେ ଉନ୍ନତ ପ୍ରଦର୍ଶନ କରି ନିଜ ପରିବାର, ନିଜ ଗାଁକୁ ଗର୍ବିତ କରିବା ପାଇଁ ପରାମର୍ଶ ଦେଇଥିଲେ ।
ଡ଼ ନୀଳାଦ୍ରି ପାଢ଼ୀ ରାଜଗାଙ୍ଗପୁର ଦୀକ୍ଷା କେନ୍ଦ୍ରର 10 ଜଣ ପ୍ରଶିକ୍ଷାର୍ଥୀଙ୍କ ନିଯୁକ୍ତିକୁ ପ୍ରଶଂସା କରିଥିଲେ l ସେ ସ୍ଥାନୀୟ ଯୁବକ ଯୁବତୀଙ୍କୁ ଏହି କାର୍ଯ୍ୟକ୍ରମ ସହିତ ଯୋଡି ହୋଇ ଅଂଚଳର ବେକାରୀ ସମସ୍ୟାକୁ ଦୂର କରିବା ପାଇଁ ଆହ୍ୱାନ ଦେଇଥିଲେ l
ଦୀକ୍ଷା ରାଜଗାଙ୍ଗପୁର ଏବଂ ଝାରସୁଗୁଡ଼ାରେ ଅଦ୍ୟାବଧି ୪୩୪ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ କୌଶଳ ପ୍ରଶିକ୍ଷଣ ଗ୍ରହଣ କରିଛନ୍ତି l ଡିବିଏଫ୍ର ଅନ୍ୟ ଦୀକ୍ଷା କେନ୍ଦ୍ର ରାଉରକେଲା, ଦେବଗଡ଼, କଟକ ଓ ଯାଜପୁର ରେ ରହିଛି ଯେଉଁଠାରେ ଶଯ୍ୟା ପାର୍ଶ୍ୱ ସହାୟକ, ରିଟେଲ୍ ସେଲ୍, ଇଲେକ୍ଟ୍ରିସିଆନ୍, ବିଉଟି ଆଣ୍ଡ୍ ୱେଲ୍ନେସ୍ ଓ ସିଲାଇ ମେସିନ୍ ଅପରେଟର ଇତ୍ୟାଦି ଟ୍ରେଡ୍ରେ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି ।
ଏହି କାର୍ଯ୍ୟକ୍ରମରେ ୮୫ରୁ ଅଧିକ ପ୍ରଶିକ୍ଷାର୍ଥୀ, ପ୍ରଶିକ୍ଷଣ ପାଇଁ ଇଛୁକ ଯୁବକଯୁବତୀ ତଥା ସେମାନଙ୍କର ଅଭିଭାବକ ଭାଗ ନେଇଥିଲେ l ଦକ୍ଷତା କାର୍ଯ୍ୟକ୍ରମ ପରିଚାଳକ ଦୀପକ କୁମାର ସେନାପତି ଡାଲମିଆ ଇନଷ୍ଟିଚୁଟ ଅଫ ନଲେଜେ ଆଣ୍ଡ ସ୍କିଲ ହାରନେସିଂ ଉପରେ ସମସ୍ତଙ୍କୁ ଆଲୋକପଥ କରିଥିଲେ l