ଟାଙ୍ଗୀ:-୦୧/୧୦(ବିନୁ ଦାସ୍):-ଟାଙ୍ଗୀ ଗ୍ରାମ୍ୟ ନ୍ୟାଆଳୟରେ ଦୀର୍ଘ ଆଠଦିନ ଧରି କାର୍ଯ୍ୟ ବନ୍ଦ , ହୋଇ ପାରୁନାହିଁ କୈ।ଣସି ମାଲିମକଦ୍ଦମା ର ବିଚାର । ଆନ୍ଦୋଳନ ରେ ବସିଛନ୍ତି ଟାଙ୍ଗୀ ଓକିଲ ସଂଘ । ଦିନେ ନୁହେଁ କି ଦୁଇ/ଚାରି ଦିନ ନୁହେଁ ଦୀର୍ଘ ଏକ ସପ୍ତାହ ରୁ ଉର୍ଦ୍ଧ ହେଲା କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରଖିଛି ଟାଙ୍ଗୀ ଓକିଲ ସଂଘ । ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରତ୍ୟେକ ବ୍ଲକ ଅଞ୍ଚଳରେ ଗୋଟିଏ ଗୋଟିଏ ଗ୍ରାମ୍ୟ ନ୍ୟାୟାଳୟ ଖୋଲାଯାଇଛି । ସେହି ଆଧାରରେ ଟାଙ୍ଗୀ ରେ ମଧ୍ୟ ଗ୍ରାମ୍ୟ ନ୍ୟାୟାଳୟ ଖୋଲାଯାଇଛି । ୨୦୧୩ ମସିହାରେ ଟାଙ୍ଗୀ ରେ ଗ୍ରାମ୍ୟ ନ୍ୟାୟାଳୟ ଖୋଲା ଯାଇଥିଲେ ମଧ୍ୟ ୨୦୧୪ ମସିହାରେ ଟାଙ୍ଗୀ କୋର୍ଟ କୁ ଜେଏମ୍ ଏଫ୍ସି ଏବଂ କକ୍ଜିନାନ୍ସ(ବିଚାର ଅଧିକାର) କ୍ଷମତା ହୋଇଅଛି ।
ସେହିଦିନ ଠାରୁ ଅଦ୍ୟାବଧି ଟାଙ୍ଗୀ ବ୍ଲକ ର ୬ ଗୋଟି ପଞ୍ଚାୟତ ଯାହାକି ଖୋର୍ଦ୍ଧା ଜିଲ୍ଲାର ଜଂକିଆ ଥାନା ଅଧିନରେ ରହିଛି , ସେହି ସବୁ ପଞ୍ଚାୟତ ଇଲାକାରେ ହେଉଥିବା ମାଲି-ମକଦ୍ଦମା ର ରେକର୍ଡ ଖୋର୍ଦ୍ଧା କୋର୍ଟ ରୁ ଟାଙ୍ଗୀ କୋର୍ଟ କୁ ହସ୍ତାନ୍ତର ହୋଇନାହିଁ ଏବଂ ଏହି ୬ ଟି ପଞ୍ଚାୟତ ର ମୁଦଲା ମାନଙ୍କୁ ଟାଙ୍ଗୀ କୋର୍ଟ କୁ ଚାଲଣ ନହେବା ନେଇ ଆନ୍ଦୋଳନ କୁ ଓହ୍ଲାଇଛି ଟାଙ୍ଗୀ ଓକିଲ ସଂଘ । ସପ୍ତାହ ବ୍ୟାପୀ ଜମିବାଡ଼ି କିଣା ବିକା ଉପରେ ରୋକ୍ ଲଗାଇଛନ୍ତି ଓକିଲ ସଂଘ , ଏପରିକି ଏହି ଆନ୍ଦୋଳନ କୁ ଆହୁରି ବ୍ୟାପକ କରାଯିବ ବୋଲି ଟାଙ୍ଗୀ ଓକିଲ ସଂଘର ସଭାପତି ବୈକୁଣ୍ଠ ନାଥ ଉଦୟସିଂ ଏବଂ ସମ୍ପାଦକ ପୀତବାସ ନାୟକ କହିଛନ୍ତି । ତୁରନ୍ତ ଏ ଦିଗରେ ଜିଲ୍ଲାପ୍ରଶାସନ ଖୋର୍ଦ୍ଧା ପଦକ୍ଷେପ ଗ୍ରହଣ କରିବାକୁ ଟାଙ୍ଗୀ ସାମ୍ବାଦିକ ସଂଘ ର ସଭାପତି ତଥା ଯୁବ ଆଇନଜୀବୀ ରବୀନ୍ଦ୍ର କୁମାର ରଣା ଦାବି କରିଛନ୍ତି।