ଢେଙ୍କାନାଳ ( ଶୁଭମ୍ ପାଣିଙ୍କ ରିପୋର୍ଟ):୦୧/୧୦, ଢେଙ୍କାନାଳ ସହରରେ ଧଳା ଜହାର ବେପାରୀଙ୍କ କାର୍ଯ୍ୟକଳାପ ଦିନକୁଦିନ ବଢୁଥିବା ସମୟରେ ଏହାକୁ ବନ୍ଦ କରିବା ପାଇଁ ଢେଙ୍କାନାଳ ପୋଲିସ ଏବେ ଆକ୍ସନ ମୁଡ ରେ । ଆଜି ଏପରି କିଛି ଧଳା ଜହାର ବେପାରୀଙ୍କୁ ଧରିବାରେ ପୋଲିସ କୁ ମିଳିଛି ଏକ ବଡ ସଫଳତା ।ଆଜି ଢେଙ୍କାନାଳ ଅବକାରୀ ବିଭାଗ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରି ୨ ଜଣ ଧଳା ଜହର ବେପାରୀ ଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ହୋଇଥିବା ଉକ୍ତ ବ୍ୟକ୍ତି ୨ ଜଣ ହେଲେ କାଞ୍ଚନ ବଜାରର କୁନା ବେହେରା, ପିତା ସରୋଜ ବେହେରା । ତାଙ୍କ ଠାରୁ ୨୨ ଗ୍ରାମର ବ୍ରାଉନ ସୁଗାର ଜବତ କରାଯାଇଛି । ଗିରଫ ହୋଇଥିବା ଅନ୍ୟ ବ୍ୟକ୍ତି ଜଣଙ୍କ ହେଉଛନ୍ତି ରାହୁଲ କୁମାର ରାଉତ, ପିତା ରଞ୍ଜିତ କୁମାର ରାଉତ, ବାଜିଚୌକ ଢେଙ୍କାନାଳ । ତାଙ୍କ ଠାରୁ ୧୮ ଗ୍ରାମର ବ୍ରାଉନ ସୁଗାର ଜବତ କରାଯାଇଛି ଯାହାର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କା ହେବ ବୋଲି ଢେଙ୍କାନାଳ ଅବକାରୀ ବିଭାଗ ଇନ୍ସପେକ୍ଟର ବିବେକାନନ୍ଦ ତରାଇ ସୂଚନା ଦେଇଛନ୍ତି । ଚଢ଼ାଉରେ ସାମିଲ ହୋଇଥିବା ଅଧିକାରୀ ମାନେ ହେଲେ ସବ- ଇନ୍ସପେକ୍ଟର ଭକ୍ତବସ୍ଛଳ ବ୍ରହ୍ମ, ସହକାରୀ ସବ- ଇନ୍ସପେକ୍ଟର ଛାୟାକାନ୍ତ ନାୟକ, ବିଶ୍ୱରଂଜନ ନାଥ , କନଷ୍ଟେବଳ ଟୁଲୁଜ କୁମାର ଧଳ, ଗୋଲାପ ସାହୁ, ସତ୍ୟବ୍ରତ ମହାଳିକ, ଦେବରାଜ ସାହୁ, ଶ୍ରଦ୍ଧାଞ୍ଜଳି ସାମଲ, ଦେବବ୍ରତ ରାଉଳ, ହରିହର ସରେନ ।